ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

୩ ଜଣକୁ ଚାପି ଦେଲା ଲକ୍ଷ୍ମୀ ବସ୍‌

0

ଆଠଗଡ଼: ଆଠଗଡ଼ ବସ୍‌ ଷ୍ଟାଣ୍ତ ରେ ଗୋଟିଏ ପରିବାରର ୩ ଜଣକୁ ଚାପି ଦେଇଛି ଲକ୍ଷ୍ମୀ ବସ୍‌। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଛୋଟ ପୁଅ ଗୁରୁତର ହୋଇଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗାଁର ମାନସ ପ୍ରଧାନ, ତାଙ୍କ ସ୍ତ୍ରୀ କାଜଲ ପ୍ରଧାନ ଓ ଦୁଇ ବର୍ଷର ଛୋଟ ପୁଅ ସନ୍ଧ୍ୟା ସମୟରେ ବସ୍‌ଷ୍ଟାଣ୍ତକୁ ନିଜ ବାଇକରେ ଆସିଥିଲେ। ଗୋଟିଏ ବସ୍‌ରେ ଆସୁଥିବା ପାର୍ସଲ ନେବାକୁ ସେମାନେ ଅପେକ୍ଷା କରିଥିଲେ। ଏହି ସମୟରେ ବସ୍‌ଷ୍ଟାଣ୍ତରେ ଗୋଟିଏ ଲକ୍ଷ୍ମୀ ବସ୍‌ ଧୁଆ ହେଉଥିଲା। ମାନସ ପ୍ରଧାନ ପାର୍ସଲ ପାଇଁ ଉକ୍ତ ବସ୍‌ ପଛ ପଟେ ଅପେକ୍ଷା କରି ରହିଥିଲେ। ହଠାତ୍‌ ଲକ୍ଷ୍ମୀ ବସର ଚାଳକା ଗାଡ଼ିକୁ ବ୍ୟାକ କରି ଦେବା ସହ ବାଇକରେ ଅପେକ୍ଷା କରିଥିବା ୩ ଜଣଙ୍କ ଉପରେ ମଡ଼ାଇ ଦେଇଥିଲେ।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମାନସ, କାଜଲ ଓ ସେମାନଙ୍କ ପୁଅଙ୍କୁ ତୁରନ୍ତ ଆଠଗଡ଼ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ଡାକ୍ତର କାଜଲଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ ମାନସ ଓ ତାଙ୍କ ପୁଅଙ୍କ ଚିକିତ୍ସା ଆଠଗଡ଼ ମେଡିକାଲରେ ଚାଲିଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲିସ୍‌ ଆଠଗଡ଼ ଥାନାକୁ ଦୁର୍ଘଟଣା ଘଟାଇ ଥି‍ବା ଲକ୍ଷ୍ମୀ ବସ୍‌କୁ ଆଣି ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.