ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

୩ ଜଣକୁ ଚାପି ଦେଲା ଲକ୍ଷ୍ମୀ ବସ୍‌

0

ଆଠଗଡ଼: ଆଠଗଡ଼ ବସ୍‌ ଷ୍ଟାଣ୍ତ ରେ ଗୋଟିଏ ପରିବାରର ୩ ଜଣକୁ ଚାପି ଦେଇଛି ଲକ୍ଷ୍ମୀ ବସ୍‌। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଛୋଟ ପୁଅ ଗୁରୁତର ହୋଇଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗାଁର ମାନସ ପ୍ରଧାନ, ତାଙ୍କ ସ୍ତ୍ରୀ କାଜଲ ପ୍ରଧାନ ଓ ଦୁଇ ବର୍ଷର ଛୋଟ ପୁଅ ସନ୍ଧ୍ୟା ସମୟରେ ବସ୍‌ଷ୍ଟାଣ୍ତକୁ ନିଜ ବାଇକରେ ଆସିଥିଲେ। ଗୋଟିଏ ବସ୍‌ରେ ଆସୁଥିବା ପାର୍ସଲ ନେବାକୁ ସେମାନେ ଅପେକ୍ଷା କରିଥିଲେ। ଏହି ସମୟରେ ବସ୍‌ଷ୍ଟାଣ୍ତରେ ଗୋଟିଏ ଲକ୍ଷ୍ମୀ ବସ୍‌ ଧୁଆ ହେଉଥିଲା। ମାନସ ପ୍ରଧାନ ପାର୍ସଲ ପାଇଁ ଉକ୍ତ ବସ୍‌ ପଛ ପଟେ ଅପେକ୍ଷା କରି ରହିଥିଲେ। ହଠାତ୍‌ ଲକ୍ଷ୍ମୀ ବସର ଚାଳକା ଗାଡ଼ିକୁ ବ୍ୟାକ କରି ଦେବା ସହ ବାଇକରେ ଅପେକ୍ଷା କରିଥିବା ୩ ଜଣଙ୍କ ଉପରେ ମଡ଼ାଇ ଦେଇଥିଲେ।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମାନସ, କାଜଲ ଓ ସେମାନଙ୍କ ପୁଅଙ୍କୁ ତୁରନ୍ତ ଆଠଗଡ଼ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ଡାକ୍ତର କାଜଲଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ ମାନସ ଓ ତାଙ୍କ ପୁଅଙ୍କ ଚିକିତ୍ସା ଆଠଗଡ଼ ମେଡିକାଲରେ ଚାଲିଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲିସ୍‌ ଆଠଗଡ଼ ଥାନାକୁ ଦୁର୍ଘଟଣା ଘଟାଇ ଥି‍ବା ଲକ୍ଷ୍ମୀ ବସ୍‌କୁ ଆଣି ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.