ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏସ୍‌ସିବି ମେଡିକାଲ କଲେଜରୁ ଆସିଛି ରାଗିଂ ଅଭିଯୋଗ

0

କଟକ: କଟକ ଏସସିବି ମେଡିକାଲ କଲେଜରେ ଆସିଛି ରାଗିଂ ଅଭିଯୋଗ। ଏମବିବିଏସ୍ ପ୍ରଥମ ବର୍ଷ ଛାତ୍ର ଆଣିଛନ୍ତି ଗୁରୁତର ଅଭିଯୋଗ। ଫାଇନାଲ ବର୍ଷର ଛାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଛାତ୍ର। ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଙ୍ଗ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଯାଞ୍ଚ ଆରମ୍ଭ କରିଛି କମିଟି। ଖୁବ୍ ଶୀଘ୍ର ଏହି ଘଟଣାର ସମାଧାନ କରାଯିବ ବୋଲି କହିଛନ୍ତି ପ୍ରଫେସର ଜୟନ୍ତ କୁମାର ପଣ୍ଡା।

ପ୍ରକାଶ ଥାଉ, ଏହା ପୂର୍ବରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ହୋଇଥିବା ରାଗିିିିିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଠାରେ ଏମ୍‌ବିବିଏସ୍‌ ପଢ଼ୁଥିବା କିଛି ୨ୟ ବର୍ଷ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ରାଗିଂ କରାଯାଉଥିବା ନେଇ ଏନ୍‌ଏମ୍‌ସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ୫ ଜଣ ସିନିୟର ଛାତ୍ରଙ୍କ ନାଁରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

Leave A Reply

Your email address will not be published.