ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ମିଗ୍-୨୯ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

0

ଆଗ୍ରା: ଉତ୍ତର ପ୍ରଦେଶ ର ଆଗ୍ରାରେ ଆଜି ସୋମବାର ଏକ ମିଗ୍-୨୯ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରୁ ପାଇଲଟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଗ୍ରାର କାଗରୋଲ୍ ଅଞ୍ଚଳର ସୋଙ୍ଗା ଗାଁ ନିକଟରେ ଥିବା ଏକ ବିଲରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ବିମାନଟି  ପଂଜାବର ଆଦମପୁରରୁ ଆଗ୍ରା ଆସୁଥିଲା। ଆଗ୍ରା ଆକାଶରେ ଥିବାବେଳେ ତାହା ହଠାତ ଜଳିବାକୁ ଲାଗିଥିଲା। ନିଆଁ ଲାଗିବା ପରେ ତାହା ଏକ ବିଲରେ ଖସିପଡ଼ିଥିଲା। ଦୁର୍ଘଟଣା ସମୟରେ ପାଇଲଟ ଓ ବିମାନରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ବିମାନଟି ମାଟିରେ ପଡ଼ିବା ପରେ ତାହା ସଂପୂର୍ଣ୍ଣ ଜଳିଯାଇଥିଲା।

ତେବେ କେଉଁ ପରିସ୍ଥିତିରେ ଯୁଦ୍ଧ ବିମାନ ଦୁର୍ଘଟଣା ହେଲା, ସେକଥା ଜଣାପଡ଼ିନି। ଏୟାରଫୋର୍ସ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯୁଦ୍ଧ ବିମାନଟି ଆଜି ମଧ୍ୟାହ୍ନ ସମୟରେ ପଞ୍ଜାବ ଆଦମପୁରରୁ ଉଡ଼ାଣ ଭରିଥିଲା। ଏହା ନିୟମିତ ଅଭ୍ୟାସ ପାଇଁ ଆଗ୍ରା ଆସୁଥିବା ବେଳେ ଗନ୍ତବ୍ୟ ସ୍ଥଳର କିଛି କିଲୋମିଟର ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଉଲ୍ଲେଖ ଥାଉକି, ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୌଣସି ମିଗ -୨୯ ବିମାନ କ୍ରାଶ ହୋଇଛି। ସେପ୍ଟେମ୍ବର ମାସରେ ରାଜସ୍ଥାନର ବାରମେରରେ ମିଗ ୨୯ ବିମାନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା ଓ କ୍ରାଶ କରି ଯାଇଥିଲା। ତେବେ ଏହା ମଧ୍ୟରେ ଥିବା ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଥିଲେ।

Leave A Reply

Your email address will not be published.