ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବିରୋଧ ସତ୍ତ୍ୱେ ବି ଅଦିନିଆ ରଥଯାତ୍ରା ଜିଦ୍ ଛାଡୁନି ଇସ୍କନ

0

ନ୍ୟୁଜ୍ ବ୍ୟୁରୋ: ବିରୋଧ ସତ୍ତ୍ୱେ ବି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ। ଗଜପତି ମହାରାଜଙ୍କ ଅନୁରୋଧ ପରେ ମଧ୍ୟ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି ଇସ୍କନ। ଏଣେ ହଷ୍ଟନରୁ ବି ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟମାନେ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ସରକାରଙ୍କୁ ନିବେଦନ କଲେଣି।

ସେପ୍ଟେମ୍ବରରେ ଇସ୍କନ ପକ୍ଷରୁ ନଭେମ୍ବର ୩ ଏବଂ ନଭେମ୍ବର ୯ରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ପାଳନ କରିବାକୁ ଯୋଜନା କରିଥିଲା। ଏହା ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଓଡିଶା ସରକାରଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ ମଧ୍ୟ କରାଯାଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିରର ସେବକମାନେ ମଧ୍ୟ ଇସ୍କନର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲେ। ଇସ୍କନର ଏଭଳି ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ସେଠାରେ ରହୁଥିବା ଓଡିଆ ଓ ଭାରତୀୟମାନେ।
ପୂର୍ବରୁ ନଭେମ୍ବର ୩ରେ ହେବାକୁ ଥିବା ସ୍ନାନ ଯାତ୍ରାକୁ କର୍ତ୍ତୃପକ୍ଷ ବାତିଲ କରିଦେଇଥିଲେ। କିନ୍ତୁ ରଥଯାତ୍ରାକୁ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆୟୋଜନ କରାଯାଉଛି।

Leave A Reply

Your email address will not be published.