ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ବିରୋଧ ସତ୍ତ୍ୱେ ବି ଅଦିନିଆ ରଥଯାତ୍ରା ଜିଦ୍ ଛାଡୁନି ଇସ୍କନ

0

ନ୍ୟୁଜ୍ ବ୍ୟୁରୋ: ବିରୋଧ ସତ୍ତ୍ୱେ ବି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ। ଗଜପତି ମହାରାଜଙ୍କ ଅନୁରୋଧ ପରେ ମଧ୍ୟ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି ଇସ୍କନ। ଏଣେ ହଷ୍ଟନରୁ ବି ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟମାନେ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ସରକାରଙ୍କୁ ନିବେଦନ କଲେଣି।

ସେପ୍ଟେମ୍ବରରେ ଇସ୍କନ ପକ୍ଷରୁ ନଭେମ୍ବର ୩ ଏବଂ ନଭେମ୍ବର ୯ରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ପାଳନ କରିବାକୁ ଯୋଜନା କରିଥିଲା। ଏହା ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଓଡିଶା ସରକାରଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ ମଧ୍ୟ କରାଯାଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିରର ସେବକମାନେ ମଧ୍ୟ ଇସ୍କନର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲେ। ଇସ୍କନର ଏଭଳି ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ସେଠାରେ ରହୁଥିବା ଓଡିଆ ଓ ଭାରତୀୟମାନେ।
ପୂର୍ବରୁ ନଭେମ୍ବର ୩ରେ ହେବାକୁ ଥିବା ସ୍ନାନ ଯାତ୍ରାକୁ କର୍ତ୍ତୃପକ୍ଷ ବାତିଲ କରିଦେଇଥିଲେ। କିନ୍ତୁ ରଥଯାତ୍ରାକୁ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆୟୋଜନ କରାଯାଉଛି।

Leave A Reply

Your email address will not be published.