ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଉତ୍ତରାଖଣ୍ଡରେ ଘାଟିରେ ବସ ଓଲଟି ୩୮ ମୃତ

0

ଉତ୍ତରାଖଣ୍ଡ: ଘାଟିରୁ ଓଲଟିଲା ବସ ୩୮ ମୃତ। ଉତ୍ତରାଖଣ୍ଡର ଆଲମୋଡା ଠାରେ ଘଟିଛି ଏକ ଭୟଙ୍କର ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପ୍ରାୟ ୨୨ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ସମ୍ଭାବନା ରହିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ।

ସୂଚନାନୁସାରେ, ନୈନି ଦାଣ୍ଡାରୁ ରାମନଗର ଅଭିମୁଖେ ଯାଉଥିବା ଏକ ବସ୍ ଆଜି ସକାଳେ ଖାଲରେ ପଡ଼ିଯାଇଥିଲା। ବସ୍ ଗେଟ୍ ଜାଗିର ନଦୀ କୂଳରେ ଖସିପଡି ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବାବେଳେ। ବସ୍ ରାମନଗର ଯିବାକୁ ଥିଲା। ବସଟି ସରାଦ ବେଣ୍ଡ ନିକଟ ନଦୀରେ ଖସି ପଡିଛି।

ବିପର୍ୟ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ୩୮ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢିପାରେ। ଦୁର୍ଘଟଣାରେ କେତେଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ତାହା ଆଗକୁ ସ୍ପଷ୍ଟ ହୋଇଯିବ। ବସ୍ ୪୨ ଟି ସିଟ୍ ଥିଲା। ବସ୍‌ରେ ୩୫ ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ କିଛି ଯାତ୍ରୀ ନିଜେ ବସରୁ ବାହାରି ଆସିଥିଲେ। କିଛି ଲୋକ ଛିନ୍ନଛତ୍ର ହୋଇ ତଳେ ପଡ଼ିଗଲେ। ଆହତମାନଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.