ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆମ୍ବ ଟାକୁଆରୁ ହୋଇଛି ହେପାଟାଇଟିସ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ବର; କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଏମକେସିଜି ବ୍ରହ୍ମପୁରରେ ଚିକିତ୍ସା ହେଉଥିବା ରୋଗୀଙ୍କ ଭିତରୁ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିବାରୁ ଆଇସିୟୁରେ ରଖାଯାଇଛି। ବାକି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି। ସେ ଅଞ୍ଚଳରେ ଅନ୍ୟ କୌଣସି ଏପରି ଆଉ ମାମଲା ଆସିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେହିପରି ପୋଷ୍ଟ ମର୍ଟମ କି ଅନ୍ୟ ଖାଦ୍ୟ ରିପୋର୍ଟ ଆସିନି। ହେଲେ ଯାହା କ୍ଲିନିକାଲି ରିପୋର୍ଟରୁ ଜାଣିବାକୁ ମିଳିଛି, ଏସସିବିରେ ଚିକିତ୍ସା ହେଉଥିବା ରୋଗୀଙ୍କ ହେପାଟାଇଟିସ ହୋଇଛି। ଯାହା ଫଙ୍ଗାଲ ସଂକ୍ରମଣ ଯୋଗୁଁ ହୁଏ। ଏଥିରେ ଲିଭର ସମସ୍ୟା ଏବଂ କିଡନୀ ସମସ୍ୟା ହେବାରୁ, ପ୍ରଥମେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଯିଏ ଯେତେ ମାତ୍ରାରେ ଆମ୍ବ ଟାକୁଆ ଖାଇଛନ୍ତି, ସେତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଯେଉଁମାନେ ପ୍ରଥମ ଦିନ ଖାଇଥିଲେ କିଛି ଅସୁବିଧା ନ ଥିଲା। ମାତ୍ର ଏହି ଜାଉକୁ ୨ରୁ ୩ ଦିନ ରଖି ଖାଇବା ଫଳରେ ସେଥିରେ ଫଙ୍ଗାଲ ବୃଦ୍ଧି ହେଲା। ଏଥିସହ ଟକ୍ସିନ ମଧ୍ୟ ହେଲା ଫଳରେ ଶରୀର ବିଷାକ୍ତ ହୋଇପଡ଼ିଲା।

Leave A Reply

Your email address will not be published.