ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଆମ୍ବ ଟାକୁଆରୁ ହୋଇଛି ହେପାଟାଇଟିସ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ବର; କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଏମକେସିଜି ବ୍ରହ୍ମପୁରରେ ଚିକିତ୍ସା ହେଉଥିବା ରୋଗୀଙ୍କ ଭିତରୁ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିବାରୁ ଆଇସିୟୁରେ ରଖାଯାଇଛି। ବାକି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି। ସେ ଅଞ୍ଚଳରେ ଅନ୍ୟ କୌଣସି ଏପରି ଆଉ ମାମଲା ଆସିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେହିପରି ପୋଷ୍ଟ ମର୍ଟମ କି ଅନ୍ୟ ଖାଦ୍ୟ ରିପୋର୍ଟ ଆସିନି। ହେଲେ ଯାହା କ୍ଲିନିକାଲି ରିପୋର୍ଟରୁ ଜାଣିବାକୁ ମିଳିଛି, ଏସସିବିରେ ଚିକିତ୍ସା ହେଉଥିବା ରୋଗୀଙ୍କ ହେପାଟାଇଟିସ ହୋଇଛି। ଯାହା ଫଙ୍ଗାଲ ସଂକ୍ରମଣ ଯୋଗୁଁ ହୁଏ। ଏଥିରେ ଲିଭର ସମସ୍ୟା ଏବଂ କିଡନୀ ସମସ୍ୟା ହେବାରୁ, ପ୍ରଥମେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଯିଏ ଯେତେ ମାତ୍ରାରେ ଆମ୍ବ ଟାକୁଆ ଖାଇଛନ୍ତି, ସେତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଯେଉଁମାନେ ପ୍ରଥମ ଦିନ ଖାଇଥିଲେ କିଛି ଅସୁବିଧା ନ ଥିଲା। ମାତ୍ର ଏହି ଜାଉକୁ ୨ରୁ ୩ ଦିନ ରଖି ଖାଇବା ଫଳରେ ସେଥିରେ ଫଙ୍ଗାଲ ବୃଦ୍ଧି ହେଲା। ଏଥିସହ ଟକ୍ସିନ ମଧ୍ୟ ହେଲା ଫଳରେ ଶରୀର ବିଷାକ୍ତ ହୋଇପଡ଼ିଲା।

Leave A Reply

Your email address will not be published.