ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ଚଳନ୍ତା ଟ୍ରେନ୍‌ ଉପରକୁ ଗୁଳି ମାଡ଼

0

ଭଦ୍ରକ: ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳିଟି ଗାର୍ଡ ବଗିର ୱିଣ୍ଡୋ କାଚରେ ବାଜିଛି। ଗୁଳିକାଣ୍ଡରେ ୱିଣ୍ଡୋ କାଚ ଭାଙ୍ଗି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା। ଟ୍ରେନ୍‌ଟି ଭଦ୍ରକ ଷ୍ଟେସନରୁ ଛାଡୁଥିବା ବେଳେ ଘଟଣା ଘଟିଥିବା ନେଇ ସମ୍ପୃକ୍ତ ଟ୍ରେନ ଥିବା ଗାର୍ଡ ଅଭିଯୋଗ କରିଛନ୍ତି। ଏନେଇ ଭଦ୍ରକ ଷ୍ଟେସନ ମ୍ୟାନେଜର ପୁଲିସ୍‌କୁ ସୂଚନା ଦେଇଥିଲେ। ଟ୍ରେନ୍‌ଟି କିଛି ସମୟ ଅଟକି ରହିଥିବା ବେଳେ ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଦୁର୍ବୃତ୍ତମାନେ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ। ଘଟଣା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

Leave A Reply

Your email address will not be published.