ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଚଳନ୍ତା ଟ୍ରେନ୍‌ ଉପରକୁ ଗୁଳି ମାଡ଼

0

ଭଦ୍ରକ: ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳିଟି ଗାର୍ଡ ବଗିର ୱିଣ୍ଡୋ କାଚରେ ବାଜିଛି। ଗୁଳିକାଣ୍ଡରେ ୱିଣ୍ଡୋ କାଚ ଭାଙ୍ଗି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା। ଟ୍ରେନ୍‌ଟି ଭଦ୍ରକ ଷ୍ଟେସନରୁ ଛାଡୁଥିବା ବେଳେ ଘଟଣା ଘଟିଥିବା ନେଇ ସମ୍ପୃକ୍ତ ଟ୍ରେନ ଥିବା ଗାର୍ଡ ଅଭିଯୋଗ କରିଛନ୍ତି। ଏନେଇ ଭଦ୍ରକ ଷ୍ଟେସନ ମ୍ୟାନେଜର ପୁଲିସ୍‌କୁ ସୂଚନା ଦେଇଥିଲେ। ଟ୍ରେନ୍‌ଟି କିଛି ସମୟ ଅଟକି ରହିଥିବା ବେଳେ ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଦୁର୍ବୃତ୍ତମାନେ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ। ଘଟଣା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

Leave A Reply

Your email address will not be published.