ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ସ୍ୱାମୀଙ୍କୁ ଗଛରେ ବାନ୍ଧି ସୁନାଗହଣା ଲୁଟିବା ପରେ ସ୍ତ୍ରୀକୁ ହତ୍ୟା

0

କୋରାପୁଟ: ସ୍ୱାମୀଙ୍କୁ ଗଛରେ ବାନ୍ଧି ସୁନାଗହଣା ଲୁଟିବା ପରେ ସ୍ତ୍ରୀକୁ ହତ୍ୟା । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏଭଳି ବିଭତ୍ସ କାନ୍ଦ ଘଟିଛି କୋରାପୁଟ ଜିଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ। ମୃତା ମହିଳା ହେଲେ ସାବିତ୍ରୀ ଖରା।

ସୂଚନା ଅନୁସାରେ, ହରିଆ ମୁଣ୍ଡା ଗାଁର ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କାର୍ଡ ଅପଡେଟ କରି ଘରକୁ ଫେରୁଥିବା ସମୟରେ ପାଞ୍ଚ ଜଣ ଦୃର୍ବୁତ୍ତ ହଠାତ୍ ପଛପଟୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମହେନ୍ଦ୍ର ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ଏହା ଭିତରେ ଦୃର୍ବୁତ୍ତ ମାନେ ମହେନ୍ଦ୍ରଙ୍କୁ ଏକ ଗଛ ରେ ବାନ୍ଧି ସ୍ତ୍ରୀ ସାବିଙ୍କୁ ହତ୍ୟାକରି ସମସ୍ତ ସୁନା ଗହଣା ଲୁଟି ଫେରାର ହୋଇ ଯାଇଥିଲେ।

ଅନ୍ୟପଟେ ମହେନ୍ଦ୍ରଙ୍କ ଚେତା ଫେରିବା ପରେ ଚିତ୍କାର କରିଥିଲେ। ଜଣେ ବାଇକ୍ ଆରୋହୀ ଘଟଣା ସମ୍ପର୍କରେ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଆଜି କୋରାପୁଟରୁ ଏକ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବା ନେଇ ସୂଚନା ରହିଛି।

Leave A Reply

Your email address will not be published.