ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସ୍ୱାମୀଙ୍କୁ ଗଛରେ ବାନ୍ଧି ସୁନାଗହଣା ଲୁଟିବା ପରେ ସ୍ତ୍ରୀକୁ ହତ୍ୟା

0

କୋରାପୁଟ: ସ୍ୱାମୀଙ୍କୁ ଗଛରେ ବାନ୍ଧି ସୁନାଗହଣା ଲୁଟିବା ପରେ ସ୍ତ୍ରୀକୁ ହତ୍ୟା । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏଭଳି ବିଭତ୍ସ କାନ୍ଦ ଘଟିଛି କୋରାପୁଟ ଜିଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ। ମୃତା ମହିଳା ହେଲେ ସାବିତ୍ରୀ ଖରା।

ସୂଚନା ଅନୁସାରେ, ହରିଆ ମୁଣ୍ଡା ଗାଁର ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କାର୍ଡ ଅପଡେଟ କରି ଘରକୁ ଫେରୁଥିବା ସମୟରେ ପାଞ୍ଚ ଜଣ ଦୃର୍ବୁତ୍ତ ହଠାତ୍ ପଛପଟୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମହେନ୍ଦ୍ର ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ଏହା ଭିତରେ ଦୃର୍ବୁତ୍ତ ମାନେ ମହେନ୍ଦ୍ରଙ୍କୁ ଏକ ଗଛ ରେ ବାନ୍ଧି ସ୍ତ୍ରୀ ସାବିଙ୍କୁ ହତ୍ୟାକରି ସମସ୍ତ ସୁନା ଗହଣା ଲୁଟି ଫେରାର ହୋଇ ଯାଇଥିଲେ।

ଅନ୍ୟପଟେ ମହେନ୍ଦ୍ରଙ୍କ ଚେତା ଫେରିବା ପରେ ଚିତ୍କାର କରିଥିଲେ। ଜଣେ ବାଇକ୍ ଆରୋହୀ ଘଟଣା ସମ୍ପର୍କରେ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଆଜି କୋରାପୁଟରୁ ଏକ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବା ନେଇ ସୂଚନା ରହିଛି।

Leave A Reply

Your email address will not be published.