ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଘରେ ନିଆଁ ଲାଗି ମାଆ ଝିଅ ଜୀବନ୍ତ ଦଗ୍‌ଧ

0

ହାଟପଦା: ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ । ମାଆ ଓ ଝିଅ ଜୀବନ୍ତ ଦଗ୍‌ଧ। ଏଭଳି ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ। ମୃତକ ହେଉଛନ୍ତି ୯୫ ବର୍ଷୀୟା ମହିଳା ସ୍ନେହଲତା ଦୀକ୍ଷିତ ଏବଂ ତାଙ୍କର ୬୨ ବର୍ଷୀୟା ଝିଅ ସଇରେନ୍ଦ୍ରୀ ଦୀକ୍ଷିତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଓ ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ଗତକାଲି (ମଙ୍ଗଳାବାର) ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସକାଳୁ ଖବର ପାଇ ଫୋରେନସିକ ଟିମ୍‌ ସହ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି। ଜମିବାଡି ବିବାଦରୁ ଏହି ହତ୍ୟାକାଣ୍ଡକୁ ରୂପ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ମାଆ ଓ ଝିଅଙ୍କୁ ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ସମ୍ପତ୍ତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ଆସିଛି। ଅଭିଯୁକ୍ତ ନିଜେ ମୃତ ବୃଦ୍ଧାଙ୍କ ପୁଅ ବୋହୁ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଝିଅ। ବୃଦ୍ଧା ମା ଓ ଝିଅଙ୍କୁ ତାଙ୍କ ପୁଅ ହିଁ ପୋଡି ମାରିଛି ବୋଲି ଝିଅ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ଅନେକ ବର୍ଷ ହେଲା ସମ୍ପତ୍ତିକୁ କେନ୍ଦ୍ର କରି ପରିବାର ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ଉପର ମହଲା ଘରେ ୯୦ ବର୍ଷୀୟା ବୃଦ୍ଧା ମା ଓ ୬୨ ବର୍ଷ ବୟସ୍କ ଝିଅ ରହୁଥିଲେ। ତଳ ମହଲାରେ ପୁଅ ଜଗନ୍ନାଥ ଦିକ୍ଷିତ ନିଜ ପରିବାର ସହ ରହୁଥିଲେ। ମୃତ ଝିଅ ସୈରେନ୍ଦ୍ରୀ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଥିଲେ।

Leave A Reply

Your email address will not be published.