ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ

0

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ସାରୁଅସ୍ଥିତ ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।

ଗତକାଲି ଷ୍ଟୁଡିଓରେ ସୁଟିଂ ଥିଲା। ସୁଟିଂ ସରିବା ପରେ ରାତିରେ ସମସ୍ତେ ସେଠାରୁ ଚାଲି ଯାଇଥିବା ବେଳେ ଷ୍ଟୁଡିଓ ଗେଟ୍‌ରେ ତାଲା ପଡ଼ିଥିଲା। ମାତ୍ର ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଆଜି ଭୋରରୁ ସ୍ଥାନୀୟ ଲୋକେ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ୪ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ସମୟ ପରିଶ୍ରମ କରିବା ପରେ ସେମାନେ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।

Leave A Reply

Your email address will not be published.