ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଖଣ୍ଡଗିରି ଓଭରବ୍ରିଜରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

0

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇଛି। ବରମୁଣ୍ଡାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବାବେଳେ ଏକ ସିଏନଜି ଟ୍ୟାଙ୍କରର ଗ୍ୟାସ ଲିକ ହୋଇଥିବା ଜଣାପଡ଼ିଛି। ଗ୍ୟାସ ଟ୍ୟାଙ୍କର ଭାଲଭ ଖୋଲିଯିବାରୁ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି।

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଖଣ୍ଡଗିରି ଫ୍ଲାଏଓଭଭରର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। ଟ୍ୟାଙ୍କରରୁ ଗ୍ୟାସ ଲିକ ହେବା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। କୌଣସି ପଟରୁ ଗାଡ଼ିଚଳାଚଳ ଯିବା ପାଇଁ ପୁଲିସ ପକ୍ଷରୁ ଅନୁମତି ଦିଆଯାଉନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଉପରକୁ ପାଣି ମାଡ଼ କରି ଗ୍ୟାସ ଲିକକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି। ମେଣ୍ଟେନାନ୍ସ ଟିମ ପହଞ୍ଚି ଯାଞ୍ଚ ସହ ଗ୍ୟାସ ଲିକକୁ ତୁରନ୍ତ ବନ୍ଦ କରାଯିବା ନେଇ ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡ ଜନିତ ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.