ପ୍ରମୁଖ ଖବର

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୁଦାନରେ ଭୂସ୍ଖଳନ ; ମାଟିରେ ମିଶିଗଲା ପୂରା ଗାଁ, ୧୦୦୦ ଲୋକଙ୍କ ମୃତ୍ୟୁ
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଆର୍‌ଏସ୍‌ରୁ କେ.କବିତା ସସ୍‌ପେଣ୍ଡ
୪ କୋଟି ଟଙ୍କା ହେରଫେର୍‌ ମାମଲାରେ ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ
ଚୋରି ହୋଇଥିବା ୯୦୦ ଗ୍ରାମ ସୁନା ସହ ୨ କେଜି ରୂପା ଜବତ, ୪ ଗିରଫ
ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା: ପୁରୁଷ ବନ୍ଧୁ ଗିରଫ
ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଆସନ୍ତାକଲିଠାରୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ

0

ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକ: ଶୁକ୍ରବାରଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏନେଇ ସମସ୍ତ ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ। ଶୁକ୍ରବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦ୍‌ଘାଟନ କରିବେ।
ବୋଟ୍‌କ୍ଲବଠାରୁ ୪ଟି ବୋଇତରେ ମଞ୍ଚ ନିକଟକୁ ଆସିବେ ଅତିଥି। ଏହି ଅବସରରେ ୧୩ ଦକ୍ଷିଣ ପୂର୍ବ ଏସୀୟ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ।

ଗତବର୍ଷ ୬୦ ଲକ୍ଷରୁ ଅଧୁକ ଲୋକ ବାଲିଯାତ୍ରା ବୁଲିଥିବା ବେଳେ ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ବାଲିଯାତ୍ରା ଭିଡ଼। ଏସିଆ ମହାଦେଶର ଏହି ସର୍ବବୃହତ ମୁକ୍ତାକାଶ ମେଳାରେ ୭୦ ଲକ୍ଷ ଜନସମାଗମ ଆକଳନ କରିଛି ଜିଲା ପ୍ରଶାସନ। ବାଲିଯାତ୍ରା ପଡ଼ିଆରେ ମିଳିବ ଦେଶୀ ପିଠା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନୁହେଁ ବରଂ ଅନ୍ତର୍ଜାତୀୟ ମାନ୍ୟତା ବା ୟୁନେସ୍କୋ ସାର୍ଟିଫିକେଶନ ହାସଲ କରିବା ଏବେ ପ୍ରାଥମିକତା ପାଲଟିଛି। ଏଥିପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି। ଚଳିତବର୍ଷ ଭଳି ଲଗାତର ୩ ବର୍ଷ ଧରି ଏହି ଭଳି ଶୈଳୀରେ ବାଲିଯାତ୍ରା ଆୟୋଜନ ହେଲେ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ସମ୍ଭାବନା ବଢ଼ିବ ବୋଲି କହିଛନ୍ତି ଜିଲାପାଳ। ଦକ୍ଷିଣ-ପୂର୍ବ ରାଷ୍ଟ୍ର ସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ଏକ ସ୍ବତନ୍ତ୍ର ପାଭିଲିୟନର ଆକର୍ଷଣ ଯୋଡ଼ା ଯାଉଛି।

ବାର୍ଲି,ଇଣ୍ଡୋନେସିଆ ଭଳି ୮ଟି ଦେଶର ସାଂସ୍କୃତିକ ଦଳ ବି ଆସିବେ ବାଲିଯାତ୍ରାକୁ। ଏଥର ଅନ୍ୟତମ ଆକର୍ଷଣ ପାଲଟିବ କଟକ ଇନ୍‌ କଟକ। ଓଡ଼ିଆ ଅସ୍ମିତା ସହ ଓଡ଼ିଆ ସିନେମାର କ୍ରମ ବିକାଶର ଚିତ୍ର ସ୍ଥାନ ପାଇଛି ସେଠାରେ। ଏହା ଛଡ଼ା ମହାନଦୀରେ ଲେଜର ଶୋ’, ଡ୍ରୋନ ଶୋ’, ସହ ଜଳକ୍ରୀଡ଼ାର ଭରପୂର ଆନନ୍ଦ ନେଇପାରିବେ ଲୋକେ। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.