ପ୍ରମୁଖ ଖବର

କାଲି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ
ସୌମ୍ୟାଶ୍ରୀଙ୍କ ମୃତ୍ୟୁର ‘କଠୋର ପଦକ୍ଷେପ ନିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ’ : ରାଜ୍ୟପାଳ
ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍କା
୩ ମାସରେ ଇ-କେୱାଇସି ନ କଲେ କଟାଯିବ କାର୍ଡ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ରେଭେନ୍ସା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ ,ଏହା ଏକ ଶାଳ ଗ୍ରାମ :ରାଷ୍ଟ୍ରପତି
ଗାଁ ଶ୍ମଶାନରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ଜିଲ୍ଲା ଆରଆଇ

0

ଭଦ୍ରକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ନିରୀକ୍ଷକ ବା ଆରଆଇ ଭାଗବତ ଖଟୁଆ। ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ଆର୍‌ଆଇ ଭାଗବତ ଖଟୁଆଙ୍କୁ ଓଡ଼ିଶା ଭିଜିଲାନ୍ସ କର୍ମଚାରୀ ମାଡ଼ି ବସିଛନ୍ତି। ଏକ ମ୍ୟୁଟେଶନ ମାମଲାରେ କୃଷି ଜମିକୁ ଘରୋଇ ଜମିରେ ପରିଣତ କରିବା ପାଇଁ ତାଙ୍କ ପକ୍ଷରେ କ୍ଷେତ୍ର ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ନଗଦ ଟଙ୍କା ସହ ଖଟୁଆଙ୍କୁ ମାଡ଼ିବସିଛି। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କେସ୍‌ ନଂ ୧୫/୨୪ରେ ଏକ ମାମଲା ଦାୟର ହୋଇଛି।

ବିଜୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏନେଇ ସେ ଆରଆଇ ଭାଗବତ ଖଟୁଆଙ୍କୁ ଭେଟିଥିଲେ। ଜମିର କିସମ ପରିବର୍ତ୍ତନ କରି ଦେବା ପାଇଁ ଆରଆଇ ଶ୍ରୀ ଖଟୁଆ ରାଜି ହୋଇଥିଲେ। ହେଲେ ଏଥିପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଜୟ ଲାଞ୍ଚ ନଦେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଯୋଜନା ଅନୁସାରେ ବିଜୟ ଆରଆଇ ଭାଗବତ ଖଟୁଆଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ଶ୍ରୀ ଖଟୁଆ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ଆରଆଇ ଶ୍ରୀ ଖଟୁଆଙ୍କୁ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Leave A Reply

Your email address will not be published.