ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆମ୍ବ ଟାକୁଆ ଜାଉ ଖାଇ ଆଉ ଜଣେ ମହିଳା ମୃତ

0

କଟକ: ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧମାଳ ଜିଲା ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ୨ରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରୁ କଟକ ଏସସିବି ମେଡ଼ିକାଲ କଲେଜ ଅଣାଯାଇଥିଲା। ପୂର୍ବରୁ ଏମକେସିଜିରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବିରେ ଏବେ ବି ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।

ଆମ୍ବ କୋଇଲି ଜାଉ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇ ଗତ ୨ ତାରିଖରେ ଜିତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ମେଡିସିନ ବିଭାଗର ଆଇସିୟୁରେ ରଖାଯାଇଥିଲା। ସେଠାରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ହେମୋ ଡାୟଲିସିସ କରାଯାଉଥିଲା। ହେଲେ ଡାକ୍ତରି ଟିମ୍ ର ଶତ ଚେଷ୍ଟା ପରେ ମଧ୍ୟ ସେମାନେ ଜିତାକୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଘଟଣାରେ ଆଉ ଜଣେ ଏବେ ମଧ୍ୟ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ, ଆମ୍ବ କୋଇଲି ଜାଉ ଖାଇ ପୂର୍ବରୁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ଜୀବନ ଯାଇଥିଲା। ଏହି ପ୍ରସଙ୍ଗ ପାଇଁ ରାଜ୍ୟ ରାଜନୀତିରେ ତମ୍ବିତୋଫାନ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଗତ ୫ ତାରିଖରେ ସରକାର ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.