ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ସରକାରୀ କର୍ମଚାରୀଙ୍କୁ ଅବସର ଦିନ ମିଳିବ ପୂର୍ଣ୍ଣାଙ୍ଗ ପେନସନ

0

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ ମନୋଜ ଆହୁଜା।

ନିଜର ବିଭାଗ ତଥା ବିଭାଗ ଅଧିନସ୍ଥ ସମସ୍ତ ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପ୍ରତି ମାସରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ତଥ୍ୟ ପର ମାସ ୭ରେ ଦିଆଯିବ। ମୁଖ୍ୟ ସଚିବ ଆହୁଜା ଆଜି ରାଜ୍ୟର ସମସ୍ତ ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖି ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ସଂକ୍ରାନ୍ତରେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରାଯାଉନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ କର୍ମଚାରୀଙ୍କୁ ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଡିସେମ୍ବର ୧୨ତାରିଖରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ବିଭାଗଗୁଡ଼ିକ ସଠିକ୍ ଭାବେ ଏହାକୁ ପାଳନ କରୁନଥିବା ତାଙ୍କ ଦୃଷ୍ଟିକୁ ଆସିଛି ବୋଲି କହିଛନ୍ତି । ତେଣୁ ଓଡ଼ିଶା ସିଭିଲ୍ ସର୍ଭିସ ପେନସନ୍ ନିୟମ-୧୯୯୨ ଓ ସାଧାରଣ ପ୍ରଶାସନ ବିଭାଗର ୨୦୧୯ ଡିସେମ୍ବର ୧୨ତାରିଖର ଚିଠି ଅନୁସାରେ ସମସ୍ତ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ନିମନ୍ତେ ନିଜ ବିଭାଗ ଅଧିନସ୍ଥ ସମସ୍ତ ବିଭାଗୀୟ ମୁଖ୍ୟ ଓ ପେନସନ୍ ମଞ୍ଜୁରକାରୀ ଅଫିସରଙ୍କୁ ପୁନଃ ଅବଗତ କରାଇବାକୁ ଆହୁଜା କହିଛନ୍ତି ।

Leave A Reply

Your email address will not be published.