ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଦିଲ୍ଲୀ ବୋମା ବିସ୍ଫୋରଣରେ ଭୁବନେଶ୍ୱର ଲିଙ୍କ୍ ସନ୍ଦେହ

0

ନୂଆ ଦିଲ୍ଲୀ: ଦିଲ୍ଲୀର ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱର ଲିଙ୍କ୍ ଥିବା ନେଇ ସନ୍ଦେହ ଜନ୍ମନେଇଛି। ତଦନ୍ତ କରୁଥିବା ଏନଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିବା ପରେ ଏହି ଦିଗରେ ତଦନ୍ତକୁ ଆଗେଇ ନେଇଛି। ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇବା ପରେ ତଦନ୍ତକୁ ଆହୁରି ତେଜ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସେହେନୱାଜ୍ ହୁସେନ ଓରଫ ମଫିଙ୍କ ସହଯୋଗୀମାନଙ୍କୁ ମଧ୍ୟ ଏନଆଇଏ ଦ୍ୱାରା ଜେରା କରାଯାଉଛି।

ସିଡିଆର ରିପୋର୍ଟ ଆଧାରରେ ମଫିଙ୍କ ଗାର୍ଲଫ୍ରେଣ୍ଡ ଓ ଅନ୍ୟାନ୍ୟ ସଂପୃକ୍ତଙ୍କୁ ପଚାରାଉଚାରି କରାଯାଉଥିବା ବେଳେ, ଜଟଣୀ ଅଞ୍ଚଳରେ ଏକ ସଭା ସମୟରେ ବିସ୍ଫୋରଣ ପାଇଁ ଷଡଯନ୍ତ୍ର ହୋଇଥିବା ସନ୍ଦେହ ଜଣାପଡିଛି। ଏହାସହିତ, ଘଟଣାସ୍ଥଳରୁ ମିଳିଥିବା କିଛି ସାମ୍ପୁଲକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ ବିସ୍ଫୋରଣର ପ୍ରକୃତ କାରଣ ଓ ଷଡଯନ୍ତ୍ରର ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ଏନଆଇଏ କହିଛି।

Leave A Reply

Your email address will not be published.