ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ବୋମା ବିସ୍ଫୋରଣରେ ଭୁବନେଶ୍ୱର ଲିଙ୍କ୍ ସନ୍ଦେହ

0

ନୂଆ ଦିଲ୍ଲୀ: ଦିଲ୍ଲୀର ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱର ଲିଙ୍କ୍ ଥିବା ନେଇ ସନ୍ଦେହ ଜନ୍ମନେଇଛି। ତଦନ୍ତ କରୁଥିବା ଏନଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିବା ପରେ ଏହି ଦିଗରେ ତଦନ୍ତକୁ ଆଗେଇ ନେଇଛି। ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇବା ପରେ ତଦନ୍ତକୁ ଆହୁରି ତେଜ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସେହେନୱାଜ୍ ହୁସେନ ଓରଫ ମଫିଙ୍କ ସହଯୋଗୀମାନଙ୍କୁ ମଧ୍ୟ ଏନଆଇଏ ଦ୍ୱାରା ଜେରା କରାଯାଉଛି।

ସିଡିଆର ରିପୋର୍ଟ ଆଧାରରେ ମଫିଙ୍କ ଗାର୍ଲଫ୍ରେଣ୍ଡ ଓ ଅନ୍ୟାନ୍ୟ ସଂପୃକ୍ତଙ୍କୁ ପଚାରାଉଚାରି କରାଯାଉଥିବା ବେଳେ, ଜଟଣୀ ଅଞ୍ଚଳରେ ଏକ ସଭା ସମୟରେ ବିସ୍ଫୋରଣ ପାଇଁ ଷଡଯନ୍ତ୍ର ହୋଇଥିବା ସନ୍ଦେହ ଜଣାପଡିଛି। ଏହାସହିତ, ଘଟଣାସ୍ଥଳରୁ ମିଳିଥିବା କିଛି ସାମ୍ପୁଲକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ ବିସ୍ଫୋରଣର ପ୍ରକୃତ କାରଣ ଓ ଷଡଯନ୍ତ୍ରର ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ଏନଆଇଏ କହିଛି।

Leave A Reply

Your email address will not be published.