ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

କେନ୍ଦ୍ରରେ ୪୮ ଅଧିକାରୀଙ୍କୁ ଯୁକ୍ତ ସଚିବ ପଦରେ ନିଯୁକ୍ତି ମଞ୍ଜୁର

0

ନ୍ୟୁଜ୍ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନିଯୁକ୍ତି ସମିତି ୪୮ ଜଣ ଅଧିକାରୀଙ୍କୁ ଯୁକ୍ତ ସଚିବ ଓ ସମକକ୍ଷ ପଦରେ ନିଯୁକ୍ତି ପାଇଁ ମଞ୍ଜୁରି ଦେଇଛି। ଏହି ନିଯୁକ୍ତିଗୁଡ଼ିକ ବିମାନ ପରିବହନ, ପ୍ରତିରକ୍ଷା, କୃଷି, ଗୃହ, ରସାୟନ ଓ ପେଟ୍ରୋକେମିକାଲ୍‌, ବନ୍ଦର ଓ ନୌପଥ ସହିତ ବିଭିନ୍ନ ମନ୍ତ୍ରଣାଳୟରେ କରାଯାଇଛି।
ଏହି ତାଲିକାରେ ହାର୍ଦ୍ଦିକ ସତୀଶଚନ୍ଦ୍ର ଶାହଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ଯୁକ୍ତ ସଚିବ ସ୍ତର) ଭାବେ ନିଯୁକ୍ତ କରାଯାଇଥିବା ବେଳେ କାଜଳ ଓ ସୁମୀତ କୁମାର ଜରଙ୍ଗଳଙ୍କୁ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟବସାୟ ପ୍ରୋତ୍ସାହନ ବିଭାଗରେ ଯୁକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ପ୍ରିୟଙ୍କା ଦାସଙ୍କୁ ବିମାନ ପରିବହନ ମନ୍ତ୍ରଣାଳୟ ଓ ଶୈଳେଶ କୁମାର ଚୌରାସିଆଙ୍କୁ ପ୍ରତିରକ୍ଷା ବିଭାଗରେ ଯୁକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।
କପିଲ୍‌ ମୀଣାଙ୍କୁ ଜାତୀୟ ଉଦ୍ୟାନଚାଷ ବୋର୍ଡର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଓ ଜି. ୱେଙ୍କଟେଶଙ୍କୁ ରସାୟନ ଓ ପେଟ୍ରୋକେମିକାଲ୍‌ ବିଭାଗରେ ଯୁକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଜବାହର ପାକିରିସାମିଙ୍କୁ ମେରାଇନ ପ୍ରୋଡକ୍ଟ୍‌ସ୍‌ ଏକ୍ସପୋର୍ଟ୍‌ସ୍‌ ଡିଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ପଦରେ ମଞ୍ଜୁରି ମିଳିଛି।

ଏହା ସହିତ ପ୍ରୀତି ମୀଣା, ବିନୋଦ କୁମାର ଓ ଅଜୀତ କୁମାର ଶ୍ରୀବାସ୍ତବଙ୍କୁ ପ୍ରତିରକ୍ଷା ବିଭାଗରେ ଯୁକ୍ତ ସଚିବ ସ୍ତରରେ ନିଯୁକ୍ତ କରାଯାଇଛି। ଗୃହ, ଅର୍ଥ, ଶ୍ରମ, ଖଣି, ନବୀକରଣ ଶକ୍ତି ଓ ଅନ୍ୟାନ୍ୟ ମନ୍ତ୍ରଣାଳୟରେ ମଧ୍ୟ ଅନେକ ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଛି। ସରକାର କହିଛନ୍ତି, ଏହି ନିଯୁକ୍ତି ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଚାରୁ ଓ କ୍ଷମତାଶୀଳ କରାଯିବ।

Leave A Reply

Your email address will not be published.