ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୫ ବର୍ଷରେ ପୂରଣ ହେବ ଦେଢ଼ ଲକ୍ଷ ପଦବୀ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ୫ ବର୍ଷରେ ପୂରଣ ହେବ ଦେଢ଼ ଲକ୍ଷ ପଦବୀ। ଯାହା ସବୁ ପଦବି ଖାଲି ରହିଛି ଏବଂ ଆବଶ୍ୟକ ଥିବା ପଦବି ଦରକାର ଅଛି ସେଥିପାଇଁ ବ୍ୟବସ୍ଥା କରାଯାଉଛି। ୧୦,୦୦୦ ପଦବି ଶୀଘ୍ର ପୂରା କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି।

ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ଆୟୋଜିତ ସମାରୋହରେ ରାଜ୍ୟ ସରକାର ଆଜି ୯୪୧ ଜଣଙ୍କୁ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ନବନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ଦ୍ଵାରା ଆମ ସରକାର ଏବଂ ଏହି ବିଭାଗର ଶକ୍ତି ବୃଦ୍ଧି ପାଇବ। ଏହାଦ୍ବାରା ଆଗାମୀ ଦିନରେ ଆବଶ୍ୟକ ସମୟରେ ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ଅଧିକ ଦକ୍ଷତାର ସହିତ ବିଭାଗ କାର୍ଯ୍ୟ କରିବ। ଏଥିସହିତ ଲୋକଙ୍କ ଧନ ଜୀବନ ସୁରକ୍ଷା ସୁନିଶ୍ଚିତ ହେବ।

ସେ ଆହୁରି କହିଛନ୍ତି, ୪ ବର୍ଷ ହେଲା ଯେଉଁମାନେ ଗୃହରକ୍ଷୀ ହେବାକୁ ଆଶା ରଖିଥିଲେ ଇଚ୍ଛା ଥିଲେ ମଧ୍ୟ ସେମାନେ କଟକଣା ପାଇଁ ଆଗକୁ ବଢ଼ିପାରୁ ନଥିଲେ। ସେବା କ୍ଷେତ୍ରରେ ଗୃହରକ୍ଷୀମାନଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୨୪୧୬ ଗୃହରକ୍ଷୀ ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ଏଥି ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ପଦବି ଯାହା ଖାଲି ରହିଛି, ତାକୁ ପୂରଣ କରାଯିବ।

Leave A Reply

Your email address will not be published.