ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ଘରେ ଭିଜିଲାନ୍ସ ଚଢ଼ାଉ

0

କେନ୍ଦୁଝର: କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ। ଚଢ଼ାଉ ବେଳେ ତାଙ୍କର ପୁଳାପୁଳା ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି। ପଦ୍ମନାଭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୭ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର, ୮ଜଣ ଏଏସଆଇଙ୍କ ସହ ଅନ୍ୟମାନେ ସାମିଲ୍ ଥିବା ଜଣାଯାଇଛି।

କେନ୍ଦୁଝର ଜଗନ୍ନାଥପୁରରେ ଥିବା ୨ମହଲା ଘର, ଭୁବନେଶ୍ୱରରେ ଥିବା ୪ ମହଲା ଘର, ଘସିପୁରା ତହସିଲ ମଦନପୁରଠାରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକା ନିକଟ ଯେମାଦେଇପୁର ଠାରେ ପୈତୃକ ଘର, କେନ୍ଦୁଝର ଅଫିସ୍, ଭବାନୀପାଟଣାରେ ଥିବା ଭଡ଼ାଘର ଓ ଯାଜପୁର ଧର୍ମଶାଳା ନିକଟରେ ସମ୍ପର୍କୀୟଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

କେନ୍ଦୁଝର ଜିଲ୍ଲା ମଦନପୁରରେ ଶ୍ରୀ ହୋତାଙ୍କର ୫ ଏକରର ଜାଗା ରେ ଏକ ଫାର୍ମ ହାଉସ ଅଛି । ତା’ସହିତ ଭୁବନେଶ୍ୱର, କଟକ ଓ ଯାଜପୁରରେ ତାଙ୍କର ୧୪ଟି ପ୍ଲଟ୍ ଅଛି। ସେଥିରୁ ୪ଟି ଭୁବନେଶ୍ୱର ଓ କଟକରେ ଅଛି। ବାକି ୧୦ଟି ଯାଜପୁରର ଦାନଗଦିରେ ଅଛି। ସମସ୍ତ କୋଠା, ପ୍ଳଟ୍ ଓ ଫାର୍ମ ହାଉସର ମାପଚୁପ କରୁଛି ଭିଜିଲାନ୍ସର ବୈଷୟିକ ଟିମ୍‌। ତା’ପରେ ସେଗୁଡ଼ିର ସଠିକ ମୂଲ୍ୟ ଜଣାପଡ଼ିବ। ବ୍ୟାଙ୍କରେ ଶ୍ରୀ ହୋତାଙ୍କର ୩୪ ଲକ୍ଷ ୬୪ ହଜାର ଟଙ୍କା ଥିବା ବେଳେ ତାଙ୍କଠାରୁ ୩୦୦ ଗ୍ରାମର ସୁନାଗହଣା ଜବତ କରାଯାଇଥିଲା। ତାଙ୍କ ଘରେ ଥିବା ଆସବାବପତ୍ରର ମୂଲ୍ୟ ୧୨ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହା ସହିତ ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ସହିତ ୨ଟି ଦୁଇ ଚକିଆ ଗାଡ଼ି ଅଛି। ଚଢ଼ାଉ ଜାରି ରହିଥିବାରୁ ତାଙ୍କର ଆହୁରି ସମ୍ପତ୍ତି ମିଳିବା ସମ୍ଭାବନା ରହିଛି।

Leave A Reply

Your email address will not be published.