ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା

0

ଭୁବନେଶ୍ବର; ନଭେମ୍ବର ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ମହାନିର୍ଦ୍ଦେଶକ ପୋଲିସ(ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ ଗୁରୁବାର କଟକଣା ଜାରି କରାଯାଇଛି।

ଭିଭିଆଇପିଙ୍କ ଗସ୍ତକୁ ନେଇ ରାସ୍ତାରେ ଯାନବାହାନ ଚଳାଚଳା ଉପରେ କଟକଣା କରାଯାଇଛି। ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍‌ଜି ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା ଜାରି ହୋଇଛି। ଏପରିକି ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ରାସ୍ତାରେ ମଧ୍ୟ ଟ୍ରାଫିକ କଟକଣା ରହିବ। ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, ସେହି ଅନୁସାରେ କଟକଣା ରହିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି।

ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଧାନମନ୍ତ୍ରୀ ୨୯ରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହି ସମୟ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ରହିବେ।

Leave A Reply

Your email address will not be published.