ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଏନକାଉଣ୍ଟରରେ ୭ ମାଓବାଦୀ ମୃତ

0

ତେଲେଙ୍ଗାନା: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ତେଲେଙ୍ଗାନାରେ ଏନକାଉଣ୍ଟର। ୭ ମାଓବାଦୀ ନିହତ। ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି। ତଥ୍ୟ ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲାର ଚାଲାପାକା ଜଙ୍ଗଲରେ ମାଓବାଦୀ ନେତା ଭଦରୁ ସହ ଏକ ଟିମ୍‌ କ୍ୟାମ୍ପ୍‌ କରି ରହିଥିବା ପୋଲିସକୁ ସୂଚନା ମିଳିଥିଲା।

ସୂଚନା ମୁତାବକ ଗ୍ରେହାଉଣ୍ଡ ଯବାନମାନେ ଉକ୍ତ ଜଙ୍ଗଲରେ ଅପରେଶନ ଆରମ୍ଭ କରିଥିଲେ। ଯବାନମାନେ ଆସିବା ଜାଣି ଆଜି ଭୋର୍‌ ସକାଳୁ ପ୍ରାୟ ୫.୩୦ ମିନିଟ୍‌ ସମୟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏହି ଗୁଳି ବିନିମୟରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ମୃତ୍ୟୁ ଘଟିଥିବା ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ତେଲେଙ୍ଗାନା ସଚିବ କୁରସାମ ମଙ୍ଗୁ ଓରଫ ଭଦରୁ, ଡିଭିସିଏମ୍‌ ଏଗାଲପୁ ଓରଫ ମଧୁ, ଏସିଏମ୍‌ ମୁସାକୀ ଦେବାଲ, ଏସିଏମ୍‌ ମୁସାକୀ ଯମୁନା, ପାର୍ଟି ମେମ୍ବର ଜାଇ ସିଙ୍ଘ, କିଶୋର ଓ ରମେଶା। ଘଟଣାସ୍ଥଳରେ ଯବାନମାନେ ସର୍ଚ୍ଚ ଅପରେଶନ କରି ଏହି ୭ ଜଣଙ୍କ ମୃତଦେହ ଜବତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିବା ତେଲେଙ୍ଗାନା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.