ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏନକାଉଣ୍ଟରରେ ୭ ମାଓବାଦୀ ମୃତ

0

ତେଲେଙ୍ଗାନା: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ତେଲେଙ୍ଗାନାରେ ଏନକାଉଣ୍ଟର। ୭ ମାଓବାଦୀ ନିହତ। ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି। ତଥ୍ୟ ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲାର ଚାଲାପାକା ଜଙ୍ଗଲରେ ମାଓବାଦୀ ନେତା ଭଦରୁ ସହ ଏକ ଟିମ୍‌ କ୍ୟାମ୍ପ୍‌ କରି ରହିଥିବା ପୋଲିସକୁ ସୂଚନା ମିଳିଥିଲା।

ସୂଚନା ମୁତାବକ ଗ୍ରେହାଉଣ୍ଡ ଯବାନମାନେ ଉକ୍ତ ଜଙ୍ଗଲରେ ଅପରେଶନ ଆରମ୍ଭ କରିଥିଲେ। ଯବାନମାନେ ଆସିବା ଜାଣି ଆଜି ଭୋର୍‌ ସକାଳୁ ପ୍ରାୟ ୫.୩୦ ମିନିଟ୍‌ ସମୟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏହି ଗୁଳି ବିନିମୟରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ମୃତ୍ୟୁ ଘଟିଥିବା ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ତେଲେଙ୍ଗାନା ସଚିବ କୁରସାମ ମଙ୍ଗୁ ଓରଫ ଭଦରୁ, ଡିଭିସିଏମ୍‌ ଏଗାଲପୁ ଓରଫ ମଧୁ, ଏସିଏମ୍‌ ମୁସାକୀ ଦେବାଲ, ଏସିଏମ୍‌ ମୁସାକୀ ଯମୁନା, ପାର୍ଟି ମେମ୍ବର ଜାଇ ସିଙ୍ଘ, କିଶୋର ଓ ରମେଶା। ଘଟଣାସ୍ଥଳରେ ଯବାନମାନେ ସର୍ଚ୍ଚ ଅପରେଶନ କରି ଏହି ୭ ଜଣଙ୍କ ମୃତଦେହ ଜବତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିବା ତେଲେଙ୍ଗାନା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.