ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ବାପା

0

କଟକ: ପାରିବାରିକ କଳହର କରୁଣ ପରିଣତି। ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ବାପା। ପୁଅବୋହୂଙ୍କୁ ନିଆଁ ଲଗାଇ ପୋଡ଼ି ମାରି ଦେବାକୁ ଚେଷ୍ଟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ପୁଅବୋହୂଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି ଏବଂ ପୁଅର ଅବସ୍ଥା ଗୁରୁତର ଥିବାବେଳେ ଆୟୁସିୟୁରେ ଚିକିତ୍ସା ଜାରି ରହିଛି।

ସୂଚନାନୁଯାୟୀ, କୌଣସି କାରଣକୁ ନେଇ ଗ୍ରାମର ଦୀନବନ୍ଧୁ ରାଉତଙ୍କ ବାପା ଗୋବର୍ଦ୍ଧନ ରାଉତଙ୍କ ସହ ପାରିବାରିକ କଳହ ଲାଗି ରହିଥିଲା। ହେଲେ ଗୋବର୍ଦ୍ଧନ ପୁଅବୋହୂ ଘରେ ଖାଉଥିବା ବେଳେ ସୁଚିନ୍ତିତ ଯୋଜନା କରି ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲେ। ନିଆଁ ଜଳୁଥିବା ବେଳେ ସେ ପଲିଥିନରେ ରଖିଥିବା ଅଧିକ ପେଟ୍ରୋଲ ପକାଇ ଦେଇଥିଲେ। କେବଳ ସେତିକି ନୁହେଁ ସେ କବାଟ ବନ୍ଦ କରି କେଉଁଆଡେ ଚାଲିଯାଇଥିଲେ। ପରେ ଗାଁ ଲୋକେ ଏବଂ ପଡୋଶୀ ଚିତ୍କାର ଶୁଣି କବାଟ ଭାଙ୍ଗି ଦୁଇଜଣ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଜଣେ ଆହତ ହୋଇଛନ୍ତି। ଘଟଣା ନେଇ ପୋଲିସକୁ ଖବର ଦିଆଯିବା ପରେ ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ କାରଣରୁ ନିଜ ଜନ୍ମକଲା ବାପା ଏଭଳି କାଣ୍ଡ ଭିଆଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗୋବର୍ଦ୍ଧନଙ୍କ ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଦୀନବନ୍ଧୁଙ୍କ ପତ୍ନୀ ଆଖି ବୁଜି ଦେଇଛନ୍ତି। ଦୀନବନ୍ଧୁଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି। ତାଙ୍କୁ ଆଇସିୟୁରେ ରଖାଯାଇଛି।

ପରିବାର ଲୋକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଭଡ଼ା ଘର ଟଙ୍କା ନେଣଦେଣକୁ ନେଇ କିଛି ଦିନ ହେବ ଗୋବର୍ଦ୍ଧନ ଓ ଦୀନବନ୍ଧୁଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା। ଗୋବର୍ଦ୍ଧନ ପୁଅକୁ କିଛି ଟଙ୍କା ମାଗୁଥିବା ବେଳେ ସେ ପରେ ଦେବେ ବୋଲି କହିଥିଲେ। ସେହି କାରଣରୁ ଏହି ଘଟଣା ଘଟିଥାଇ ପରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.