ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଯାତ୍ରାର ଅଶ୍ଲୀଳତା ନେଇ ବିଧାନସଭାରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକ

0

ଭୁବନେଶ୍ବର: ଆଗରୁ ଯାତ୍ରାର କାହାଣୀ ଦର୍ଶକଙ୍କୁ ଆକୃଷ୍ଟ କରୁଥିଲା। ହେଲେ ବର୍ତମାନ ଯାତ୍ରାର କାହାଣୀ ଉପରେ କେହି ଧ୍ୟାନ ଦେଉନାହାନ୍ତି। ଏବେ ରାଜ୍ୟରେ ବିଭିନ୍ନ ଯାତ୍ରା ପାର୍ଟି ପକ୍ଷରୁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚର୍ଚ୍ଚିତ ଅଭିନେତ୍ରୀମାନଙ୍କୁ ଡାକି ନଚାଉଛନ୍ତି। କିନ୍ତୁ କିଛି ସ୍ଥାନରେ ଦେଖିବାକୁ ମିଳୁଛି କି କଳାକାରମାନେ ଉନ୍ମୁକ୍ତ ନାଚ ପ୍ରଦର୍ଶନ କରି ଅଶ୍ଲୀଳତାର ସୀମା ପାର କରୁଛନ୍ତି। ସୋମବାର ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି। ଭାଜପାର ବଡ଼ସାହି ବିଧାୟକ ସନାତନ ବିଜୁଳୀ ଏଭଳି କାର୍ଯ୍ୟ ରୋକିବାକୁ ନୂଆ ଆଇନ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିଧାୟକ ଦର୍ଶାଇଛନ୍ତି ଯେ, ଯାତ୍ରାରେ ଅଶ୍ଳୀଳ ପ୍ରଦର୍ଶନ ପରିବାରକୁ ନେଇ ଏହି ଶୋ’ରେ ଯୋଗଦେବା କଷ୍ଟକର ହୋଇପଡିଛି। ରାଜ୍ୟର ସାଂସ୍କୃତିକ ନୈତିକତା ରକ୍ଷା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ସହିତ ବିଧାୟକ ମଧ୍ୟ ଯାତ୍ରାରେ ମାଂସ ବ୍ୟବହାରକୁ ମଧ୍ୟ ସମାଲୋଚନା କରି ଏହାକୁ ଓଡିଶାର ସାଂସ୍କୃତିକ ପରମ୍ପରାକୁ ଅପମାନ ବୋଲି କହିଛନ୍ତି। ଏହି ପ୍ରସଙ୍ଗଗୁଡିକ ଉପରେ ଧ୍ୟାନ ଦେବାକୁ ବାଚସ୍ପତି ଅନୁରୋଧ କରିଛନ୍ତି।

ଏହି ଆଲୋଚନାରେ ଯୋଗ ଦେଇ ଏକାମ୍ରା ଭୁବନେଶ୍ୱର ବିଧାୟକ ବାବୁ ସିଂ ଗଞ୍ଜାମ ଜିଲାରେ ନିକଟରେ ଘଟିଥିବା ଏକ ଘଟଣାକୁ ଦର୍ଶାଇଥିଲେ ଯେଉଁଠାରେ ଆପତ୍ତିଜନକ ପ୍ରଦର୍ଶନ ଜନସାଧାରଣଙ୍କ ଉପରେ ଅସନ୍ତୋଷ ସୃଷ୍ଟି କରିଥିଲା। ଯାତ୍ରାର ମାନକୁ ଦୁର୍ବଳ କରିବା ନେଇ ସେ ଉଦବେଗ ପ୍ରକାଶ କରିଥିଲେ। ମଞ୍ଚସ୍ଥ ହେବା ପୂର୍ବରୁ ଏହିପରି ପ୍ରଦର୍ଶନକୁ ସେନ୍ସର କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି।

Leave A Reply

Your email address will not be published.