ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଯାତ୍ରାର ଅଶ୍ଲୀଳତା ନେଇ ବିଧାନସଭାରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକ

0

ଭୁବନେଶ୍ବର: ଆଗରୁ ଯାତ୍ରାର କାହାଣୀ ଦର୍ଶକଙ୍କୁ ଆକୃଷ୍ଟ କରୁଥିଲା। ହେଲେ ବର୍ତମାନ ଯାତ୍ରାର କାହାଣୀ ଉପରେ କେହି ଧ୍ୟାନ ଦେଉନାହାନ୍ତି। ଏବେ ରାଜ୍ୟରେ ବିଭିନ୍ନ ଯାତ୍ରା ପାର୍ଟି ପକ୍ଷରୁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚର୍ଚ୍ଚିତ ଅଭିନେତ୍ରୀମାନଙ୍କୁ ଡାକି ନଚାଉଛନ୍ତି। କିନ୍ତୁ କିଛି ସ୍ଥାନରେ ଦେଖିବାକୁ ମିଳୁଛି କି କଳାକାରମାନେ ଉନ୍ମୁକ୍ତ ନାଚ ପ୍ରଦର୍ଶନ କରି ଅଶ୍ଲୀଳତାର ସୀମା ପାର କରୁଛନ୍ତି। ସୋମବାର ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି। ଭାଜପାର ବଡ଼ସାହି ବିଧାୟକ ସନାତନ ବିଜୁଳୀ ଏଭଳି କାର୍ଯ୍ୟ ରୋକିବାକୁ ନୂଆ ଆଇନ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିଧାୟକ ଦର୍ଶାଇଛନ୍ତି ଯେ, ଯାତ୍ରାରେ ଅଶ୍ଳୀଳ ପ୍ରଦର୍ଶନ ପରିବାରକୁ ନେଇ ଏହି ଶୋ’ରେ ଯୋଗଦେବା କଷ୍ଟକର ହୋଇପଡିଛି। ରାଜ୍ୟର ସାଂସ୍କୃତିକ ନୈତିକତା ରକ୍ଷା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ସହିତ ବିଧାୟକ ମଧ୍ୟ ଯାତ୍ରାରେ ମାଂସ ବ୍ୟବହାରକୁ ମଧ୍ୟ ସମାଲୋଚନା କରି ଏହାକୁ ଓଡିଶାର ସାଂସ୍କୃତିକ ପରମ୍ପରାକୁ ଅପମାନ ବୋଲି କହିଛନ୍ତି। ଏହି ପ୍ରସଙ୍ଗଗୁଡିକ ଉପରେ ଧ୍ୟାନ ଦେବାକୁ ବାଚସ୍ପତି ଅନୁରୋଧ କରିଛନ୍ତି।

ଏହି ଆଲୋଚନାରେ ଯୋଗ ଦେଇ ଏକାମ୍ରା ଭୁବନେଶ୍ୱର ବିଧାୟକ ବାବୁ ସିଂ ଗଞ୍ଜାମ ଜିଲାରେ ନିକଟରେ ଘଟିଥିବା ଏକ ଘଟଣାକୁ ଦର୍ଶାଇଥିଲେ ଯେଉଁଠାରେ ଆପତ୍ତିଜନକ ପ୍ରଦର୍ଶନ ଜନସାଧାରଣଙ୍କ ଉପରେ ଅସନ୍ତୋଷ ସୃଷ୍ଟି କରିଥିଲା। ଯାତ୍ରାର ମାନକୁ ଦୁର୍ବଳ କରିବା ନେଇ ସେ ଉଦବେଗ ପ୍ରକାଶ କରିଥିଲେ। ମଞ୍ଚସ୍ଥ ହେବା ପୂର୍ବରୁ ଏହିପରି ପ୍ରଦର୍ଶନକୁ ସେନ୍ସର କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି।

Leave A Reply

Your email address will not be published.