ବଲାଙ୍ଗିର: ବଲାଙ୍ଗିରର ଏକ ବାହାଘର ଭୋଜିରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଆହତ ହୋଇଛନ୍ତି। ଟିଟିଲାଗଡ଼ ସହର ନିକଟସ୍ଥ ପିପଲ ପଦରଠାରେ ଥିବା ଶୁଭ ମଙ୍ଗଳମ ମ୍ୟାରେଜ ପ୍ୟାଲେସ୍ଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବାହାର ରାଜ୍ୟ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ୟୁପି ଅଞ୍ଚଳର ରୋଷେୟା ଏବଂ ସେମାନଙ୍କ ସହାୟକମାନେ ରୋଷେଇ ଶାଳାରେ ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିପଡିଥିଲେ। ଏହି ସମୟରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡର ହଠାତ୍ ବିସ୍ଫୋରଣ କରିଥିଲା। ପାଖରେ କାମ କରୁଥିବା ୪ ଜଣ ଶ୍ରମିକ ପୋଡ଼ି ହୋଇଯାଇଥିଲେ। ଗୁରୁତରମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରଯାଇଥିଲା। ଜଣେ ଅଧିକ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିବା ଜଣାପଡ଼ିଛି।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ