ବଲାଙ୍ଗିର: ବଲାଙ୍ଗିରର ଏକ ବାହାଘର ଭୋଜିରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଆହତ ହୋଇଛନ୍ତି। ଟିଟିଲାଗଡ଼ ସହର ନିକଟସ୍ଥ ପିପଲ ପଦରଠାରେ ଥିବା ଶୁଭ ମଙ୍ଗଳମ ମ୍ୟାରେଜ ପ୍ୟାଲେସ୍ଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବାହାର ରାଜ୍ୟ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ୟୁପି ଅଞ୍ଚଳର ରୋଷେୟା ଏବଂ ସେମାନଙ୍କ ସହାୟକମାନେ ରୋଷେଇ ଶାଳାରେ ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିପଡିଥିଲେ। ଏହି ସମୟରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡର ହଠାତ୍ ବିସ୍ଫୋରଣ କରିଥିଲା। ପାଖରେ କାମ କରୁଥିବା ୪ ଜଣ ଶ୍ରମିକ ପୋଡ଼ି ହୋଇଯାଇଥିଲେ। ଗୁରୁତରମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରଯାଇଥିଲା। ଜଣେ ଅଧିକ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିବା ଜଣାପଡ଼ିଛି।
ପ୍ରମୁଖ ଖବର
ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍
ଭାରତୀୟ ବାୟୁସେନାକୁ ତେଜସ୍ ଓ ଏଚ୍ଟିଟି-୪୦ ହସ୍ତାନ୍ତର କରିବ ଏଚ୍ଏଏଲ୍
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍ଘାଟନ କଲେ ମୋଦି