ପ୍ରମୁଖ ଖବର

ଦୁବାଇ ଏୟାର ସୋରେ ତେଜସ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ, ପାଇଲଟ୍‌ ମୃତ
ନଭେମ୍ବର ୨୫ରେ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା
ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଫୁଲ ତୋଳିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ
ବାଂଲାଦେଶରେ ଭୂମିକମ୍ପ, ୩ ମୃତ

ପାରାଦୀପରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ ଅଟକ

0

ପାରାଦୀପ: ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ତିକ୍ତତା। ବିଭିନ୍ନ କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ, ସୁଧାର ଆଣିବା ପାଇଁ କରାଯାଉଛି ଉଦ୍ୟମ। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାରାଦୀପ ତଟରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ସହ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଦୁଇ ଟ୍ରଲର ସହ ୭୮ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ତଟରକ୍ଷୀ ବାହିନୀ।
ସୂଚନା ଅନୁସାରେ ଦୁଇ ବାଂଲାଦେଶୀ ମାଛଧରା ବୋଟ୍ ରେ ୭୮ ମତ୍ସ୍ୟଜୀବୀ ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି।

ଭାରତୀୟ ଜଳ ସୀମାରେ ୭୮ ଜଣ ବାଂଲାଦେଶୀ ଚଳପ୍ରଚଳ କରୁଥିବା ତଟରକ୍ଷୀ ବାହିନୀକୁ ସୂଚନା ମିଳିଥିଲା। ଖବର ପାଇ ବାଂଲାଦେଶୀ ଟ୍ରଲର ଉପରେ ଅତର୍କିତ ଚଢ଼ାଉ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ। ତଟରକ୍ଷୀ ବାହିନୀ ପକ୍ଷରୁ ସମସ୍ତ ବାଙ୍ଗଲାଦେଶୀଙ୍କୁ ଅଟକ ରଖାଯାଇଛି। ବନ୍ଦୀମାନଙ୍କୁ କୋଷ୍ଟଗାର୍ଡର ‘ଆମୋଗ’ ଜାହାଜରେ ପାରାଦୀପ ବନ୍ଦରକୁ ଅଣାଯାଉଛି। କୋଷ୍ଟଗାର୍ଡ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ମେରାଇନ ପୋଲିସକୁ ହସ୍ତାନ୍ତର କରିବ।

Leave A Reply

Your email address will not be published.