ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ପାରାଦୀପରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ ଅଟକ

0

ପାରାଦୀପ: ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ତିକ୍ତତା। ବିଭିନ୍ନ କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ, ସୁଧାର ଆଣିବା ପାଇଁ କରାଯାଉଛି ଉଦ୍ୟମ। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାରାଦୀପ ତଟରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ସହ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଦୁଇ ଟ୍ରଲର ସହ ୭୮ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ତଟରକ୍ଷୀ ବାହିନୀ।
ସୂଚନା ଅନୁସାରେ ଦୁଇ ବାଂଲାଦେଶୀ ମାଛଧରା ବୋଟ୍ ରେ ୭୮ ମତ୍ସ୍ୟଜୀବୀ ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି।

ଭାରତୀୟ ଜଳ ସୀମାରେ ୭୮ ଜଣ ବାଂଲାଦେଶୀ ଚଳପ୍ରଚଳ କରୁଥିବା ତଟରକ୍ଷୀ ବାହିନୀକୁ ସୂଚନା ମିଳିଥିଲା। ଖବର ପାଇ ବାଂଲାଦେଶୀ ଟ୍ରଲର ଉପରେ ଅତର୍କିତ ଚଢ଼ାଉ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ। ତଟରକ୍ଷୀ ବାହିନୀ ପକ୍ଷରୁ ସମସ୍ତ ବାଙ୍ଗଲାଦେଶୀଙ୍କୁ ଅଟକ ରଖାଯାଇଛି। ବନ୍ଦୀମାନଙ୍କୁ କୋଷ୍ଟଗାର୍ଡର ‘ଆମୋଗ’ ଜାହାଜରେ ପାରାଦୀପ ବନ୍ଦରକୁ ଅଣାଯାଉଛି। କୋଷ୍ଟଗାର୍ଡ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ମେରାଇନ ପୋଲିସକୁ ହସ୍ତାନ୍ତର କରିବ।

Leave A Reply

Your email address will not be published.