ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଡିସେମ୍ବର ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

0

ପୁରୀ: ଆସନ୍ତା ଡିସେମ୍ବର ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ମଙ୍ଗଳବାର ବସିଥିବା ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ୩ମାସ ଭିତରେ ଶେଷ ହେବ ଏହି ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ। ଏଥିପାଇଁ ଦ୍ବାର ଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ ବୋଲି କୁହାଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ମରାମତି କାମ ୩ ମାସ ମଧ୍ୟରେ ସାରିବାକୁ କହିଛି ଏଏସ୍‌ଆଇ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗ ଦର୍ଶିକା ଅନୁସାରେ ମରାମତି କାମ କରାଯିବ। ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ କରାଯିବ ଏବଂ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ପରେ ହେବ ଗଣତି, ମଣତି କାମ।

ଦୈନିକ ୫ଘଣ୍ଟା ରୁ ୬ଘଣ୍ଟା ପର୍ଯ୍ୟନ୍ତ ଏଏସଆଇ ମରାମତି କରିବ। ଦିନ ଗୋଟାଏରୁ ସଂଧ୍ୟା ୫ଟା/୬ ଟା ଯାଏଁ ଚାଲିବ ମରାମତି କାମ। ଶନିବାର, ରବିବାର କିମ୍ବା ୩୧ ଡିସେମ୍ବର ଅର୍ଥାତ ବିଶେଷ ଦିନ ମାନଙ୍କର ମରାମତି ହେବନାହିଁ। ମରାମତି ଦିନ ମାନଙ୍କରେ ବାହାର କାଠ ନିକଟରୁ ଦର୍ଶନ କରିପାରିବେ ଭକ୍ତ। ମରାମତି କାର୍ଯ୍ୟ ସମୟରେ ରାତି ୧୧ଟା ୩୦ ସୁଦ୍ଧା ପହୁଡ଼ କରାଯାଇ ରାତି ୨ଟାରେ ଦ୍ବାରଫିଟା ନୀତି ହେବ। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ ଦେଇ ରତ୍ନ ଭଣ୍ଡାର ମରାମତି ସହ ପହିଲି ଭୋଗ, ଦେବାବିଶେକ ନୀତି ଓ ମକର ସଂକ୍ରାନ୍ତି ନେଇ ଛତିଶାନିଯୋଗ ବୈଠକରେ ନୀତି ନିର୍ଘଣ୍ଟ କରାଯାଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.