ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ତାରିଣୀ ପୀଠରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୧୪ ଭୋଗ ଦୋକାନ

0

ଘଟଗାଁ: ଭୋଗ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଘଟଗାଁ ତାରିଣୀ ପୀଠରେ ଅଘଟଣ, ନିଆଁଲାଗି ଜଳିଗଲା ୧୪ ଭୋଗ ଦୋକାନ। କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିର ୨ନଂ ଗେଟ୍ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ୧୪ଟି ଭୋଗ ସାମଗ୍ରୀ ଦୋକାନରେ ହଠାତ୍ ନିଆଁ ଲାଗି ୨୦ରୁ ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଭୋଗ ସାମଗ୍ରୀ ଓ ଷ୍ଟେସନାରୀ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି।

କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗି ୧୪ ରୁ ଅଧିକ ଦୋକାନ ଜଳିଯାଇଛି। ମନ୍ଦିରର ୨ ନମ୍ବର ଗେଟ୍ ନିକଟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ତେବେ ଏହି ଭୋଗ ସାମଗ୍ରୀ ଦୋକାନରେ ମାନଙ୍କରେ କିପରି ନିଆଁ ଲାଗିଲା ତାହାର କାରଣ ଜଣା ପଡ଼ିନାହିଁ। ସୂଚନା ଯୋଗ୍ୟଯେ କିଛିଦିନ ପୂର୍ବରୁ ୩ ନମ୍ବର ଗେଟ୍ ସମ୍ମୁଖ ୮ଟି ଭୋଗ ଦୋକାନରେ ନିଆଁ ଲାଗି ଅନୁରୂପଭାବେ ଲକ୍ଷ ଲକ୍ଷ ଟଙ୍କାର ଭୋଗ ସାମଗ୍ରୀ ନଷ୍ଟ ହୋଇଥିଲା।

Leave A Reply

Your email address will not be published.