ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ତାରିଣୀ ପୀଠରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୧୪ ଭୋଗ ଦୋକାନ

0

ଘଟଗାଁ: ଭୋଗ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଘଟଗାଁ ତାରିଣୀ ପୀଠରେ ଅଘଟଣ, ନିଆଁଲାଗି ଜଳିଗଲା ୧୪ ଭୋଗ ଦୋକାନ। କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିର ୨ନଂ ଗେଟ୍ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ୧୪ଟି ଭୋଗ ସାମଗ୍ରୀ ଦୋକାନରେ ହଠାତ୍ ନିଆଁ ଲାଗି ୨୦ରୁ ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଭୋଗ ସାମଗ୍ରୀ ଓ ଷ୍ଟେସନାରୀ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି।

କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗି ୧୪ ରୁ ଅଧିକ ଦୋକାନ ଜଳିଯାଇଛି। ମନ୍ଦିରର ୨ ନମ୍ବର ଗେଟ୍ ନିକଟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ତେବେ ଏହି ଭୋଗ ସାମଗ୍ରୀ ଦୋକାନରେ ମାନଙ୍କରେ କିପରି ନିଆଁ ଲାଗିଲା ତାହାର କାରଣ ଜଣା ପଡ଼ିନାହିଁ। ସୂଚନା ଯୋଗ୍ୟଯେ କିଛିଦିନ ପୂର୍ବରୁ ୩ ନମ୍ବର ଗେଟ୍ ସମ୍ମୁଖ ୮ଟି ଭୋଗ ଦୋକାନରେ ନିଆଁ ଲାଗି ଅନୁରୂପଭାବେ ଲକ୍ଷ ଲକ୍ଷ ଟଙ୍କାର ଭୋଗ ସାମଗ୍ରୀ ନଷ୍ଟ ହୋଇଥିଲା।

Leave A Reply

Your email address will not be published.