ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଭୂକମ୍ପରେ ଥରିଲା ନେପାଳ

0

ନେପାଳ: ସକାଳୁ ସକାଳୁ ନେପାଳରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭାରତୀୟ ସମୟାନୁସାରେ ଆଜି ଭୋର ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ସୂଚନା ଅନୁସାରେ, ନେପାଳ ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି। ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

ସୂଚନାଥାଉକି, ଗତ ବର୍ଷ ନଭେମ୍ବରରେ ନେପାଳରେ ଭୟଙ୍କର ଭୂକମ୍ପ ହୋଇ ତାଣ୍ଡବଲୀଳା ରଚିଥିଲା। ୬.୪ ମ୍ୟାଗ୍ନିଚ୍ୟୁଡର ହୋଇଥିବା ଏହି ଭୂକମ୍ପରେ ଅନେକ ଧନ ଜୀବନ ନଷ୍ଟ ହୋଇଯାଇଥିଲା। ଭୂମିକମ୍ପ ଯୋଗୁଁ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲ। ସେହିପରି ୮ ହଜାର ଘର ନଷ୍ଟ ହୋଇଯାଇଥିଲା।

Leave A Reply

Your email address will not be published.