ପ୍ରମୁଖ ଖବର

ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ପୁଣି ଆତଙ୍କବାଦୀ ଆକ୍ରମଣ
ଆୟୁଷ୍ମାନ ଭାରତ ଯୋଜନାରେ ୧୧୨ ଚିକିତ୍ସା ପ୍ୟାକେଜ୍‌ରୁ ବାଦ୍‌ ପଡ଼ିବେ ଘରୋଇ ହସ୍ପିଟାଲ
ପୁରୀ ବଡ଼ଦାଣ୍ଡରେ ଟିପି ହୋଟେଲରେ ଗ୍ୟାସ୍‌ ବିସ୍ଫୋରଣ, ୪ ଆହତ
ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍‌-କଣ୍ଟେନର ଧକ୍କାରେ ୨୦ ମୃତ
ମାଇକ୍ରୋସଫ୍ଟ ତ୍ରୁଟିର ପ୍ରଭାବ: ସ୍ପାଇସଜେଟ୍‌ର ୩ ଉଡ଼ାଣ ବାତିଲ

ଭୂକମ୍ପରେ ଥରିଲା ନେପାଳ

0

ନେପାଳ: ସକାଳୁ ସକାଳୁ ନେପାଳରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭାରତୀୟ ସମୟାନୁସାରେ ଆଜି ଭୋର ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ସୂଚନା ଅନୁସାରେ, ନେପାଳ ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି। ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

ସୂଚନାଥାଉକି, ଗତ ବର୍ଷ ନଭେମ୍ବରରେ ନେପାଳରେ ଭୟଙ୍କର ଭୂକମ୍ପ ହୋଇ ତାଣ୍ଡବଲୀଳା ରଚିଥିଲା। ୬.୪ ମ୍ୟାଗ୍ନିଚ୍ୟୁଡର ହୋଇଥିବା ଏହି ଭୂକମ୍ପରେ ଅନେକ ଧନ ଜୀବନ ନଷ୍ଟ ହୋଇଯାଇଥିଲା। ଭୂମିକମ୍ପ ଯୋଗୁଁ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲ। ସେହିପରି ୮ ହଜାର ଘର ନଷ୍ଟ ହୋଇଯାଇଥିଲା।

Leave A Reply

Your email address will not be published.