ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବିଜେଡି ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ

0

ଭୁବନେଶ୍ବର: ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ଆଉ ଜଣେ ମହିଳା ନେତ୍ରୀ। ବିଜେଡ଼ିର ପ୍ରତିଷ୍ଠା ଦିବସରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସତ୍ତା ହରାଇଥିବା ବିଜେଡି କିପରି ପୁଣି ଥରେ ପୁନର୍ଗଠିତ ହେବ ତାକୁ ନେଇ ବିଜେଡି ସୁପ୍ରିମୋ ଆଜି ବାର୍ତ୍ତା ଦେଇଥିବା ବେଳେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚେୟାର ପକାକୁ ନେଇ ଏହି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ମୁଖପାତ୍ର ଦଳର କିଛି ବରିଷ୍ଠ ନେତାଙ୍କ ପାଇଁ ଚେୟାର ପକାଉଥିବା ସମୟରେ ଏହି ପରିସ୍ଥିତି ଉପୁଜିଥିଲା। ପଛରେ ବସିଥିବା କିଛି ମହିଳା ନେତ୍ରୀଙ୍କ ସମ୍ମୁଖରେ ଈପ୍ସିତା କିଛି ଚେୟାର ପକାଇଥିଲେ। ଏହି ଘଟଣାକୁ ନେଇ ଜଣେ ମହିଳା ନେତ୍ରୀ ଈପ୍ସିତାଙ୍କୁ ଶକ୍ତ ଚାପୁଡା ମାରିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ଏକାଠି ରୁହ। ବିରୋଧୀଙ୍କୁ ସାମନା କର। ହେଲେ କିଛି ସମୟ ପରେ ଦଳରେ ମହିଳା ନେତ୍ରୀମାନଙ୍କ ଏଭଳି ଆଚରଣ ଦଳର ଶୃଙ୍ଖଳାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ବିଜେଡି ମୁଖପାତ୍ର ଇପ୍ସିତା କିମ୍ବା ତାଙ୍କୁ ଚାପୁଡ଼ା ମାରିଥିବା ମହିଳା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଅନ୍ୟପକ୍ଷରେ ଦଳ ମଧ୍ୟ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନାହିଁ।

Leave A Reply

Your email address will not be published.