ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଜେଡି ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ

0

ଭୁବନେଶ୍ବର: ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ଆଉ ଜଣେ ମହିଳା ନେତ୍ରୀ। ବିଜେଡ଼ିର ପ୍ରତିଷ୍ଠା ଦିବସରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସତ୍ତା ହରାଇଥିବା ବିଜେଡି କିପରି ପୁଣି ଥରେ ପୁନର୍ଗଠିତ ହେବ ତାକୁ ନେଇ ବିଜେଡି ସୁପ୍ରିମୋ ଆଜି ବାର୍ତ୍ତା ଦେଇଥିବା ବେଳେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚେୟାର ପକାକୁ ନେଇ ଏହି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ମୁଖପାତ୍ର ଦଳର କିଛି ବରିଷ୍ଠ ନେତାଙ୍କ ପାଇଁ ଚେୟାର ପକାଉଥିବା ସମୟରେ ଏହି ପରିସ୍ଥିତି ଉପୁଜିଥିଲା। ପଛରେ ବସିଥିବା କିଛି ମହିଳା ନେତ୍ରୀଙ୍କ ସମ୍ମୁଖରେ ଈପ୍ସିତା କିଛି ଚେୟାର ପକାଇଥିଲେ। ଏହି ଘଟଣାକୁ ନେଇ ଜଣେ ମହିଳା ନେତ୍ରୀ ଈପ୍ସିତାଙ୍କୁ ଶକ୍ତ ଚାପୁଡା ମାରିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ଏକାଠି ରୁହ। ବିରୋଧୀଙ୍କୁ ସାମନା କର। ହେଲେ କିଛି ସମୟ ପରେ ଦଳରେ ମହିଳା ନେତ୍ରୀମାନଙ୍କ ଏଭଳି ଆଚରଣ ଦଳର ଶୃଙ୍ଖଳାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ବିଜେଡି ମୁଖପାତ୍ର ଇପ୍ସିତା କିମ୍ବା ତାଙ୍କୁ ଚାପୁଡ଼ା ମାରିଥିବା ମହିଳା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଅନ୍ୟପକ୍ଷରେ ଦଳ ମଧ୍ୟ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନାହିଁ।

Leave A Reply

Your email address will not be published.