ପ୍ରମୁଖ ଖବର

ଆଜି ସଂସଦରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମଧ୍ୟବିତ୍ତଙ୍କୁ ବଡ ଆଶ୍ଵସ୍ତି : ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ମୋଦୀ ସରକାର ଖୁବଶୀଘ୍ର ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ, ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ
ଟ୍ୟାକ୍ସ ଛାଡ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଇଏଏସ୍ ସତ୍ୟବ୍ରତ ରାଉତ ବିଧାନସଭାର ନୂଆ ସଚିବ
ସୁରକ୍ଷାକର୍ମୀଙ୍କୁ ଏନକାଉଣ୍ଟରରେ ୮ନକ୍ସଲ ନିପାତ
ଜୀବିକା ମିଶନ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଵା ଦାବିରେ ” ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ” ପକ୍ଷରୁ ବିଶାଳ ବିକ୍ଷୋଭ
ଦାବି ପୂରଣ ପାଇଁ ୧୩ଫେଵୃଆରୀରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

0

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଆଜି ସନ୍ଧ୍ୟାରେ ଅଚାନକ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍‌‌ସକୁ ନିଆଯାଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରାତି ପ୍ରାୟ ୯ଟା ୧୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏମ୍ସର ଏମର୍ଜେନ୍ସି ୱାର୍ଡରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ, କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଥିଲା ଓ ଶ୍ରୀ ସିଂହଙ୍କ ଚିରନିଦ୍ରାରେ ଶୋଇଯାଇଥିଲେ। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ବୋଲି ଏମ୍‌‌ସ ପକ୍ଷରୁ ସୂଚନା ଦିଆଯାଇଛି। ମନମୋହନଙ୍କ ମୃତ୍ୟୁ ଖବରକୁ ନେଇ ବରିଷ୍ଠ କଂଗ୍ରେସ ନେତା କେ. ସି ଭେନୁଗୋପାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମନମୋହନ ସିଂ ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟ ସଭାରୁ ଅବସର ନେଇଥିଲେ । ସଂସଦର ଅପର ହାଉସରେ ୩୩ବର୍ଷ କାର୍ଯ୍ୟ ଶେଷ କରିଥିଲେ। ପ୍ରିୟଙ୍କା ଗାନ୍ଧୀ ଏବଂ ଦଳର ଅନ୍ୟ ନେତାମାନେ ମଧ୍ୟ ସନ୍ଧ୍ୟା ପୂର୍ବରୁ ଏମ୍ସରେ ପହଞ୍ଚିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପାଇଁ ମୋର ଗଭୀର ସମବେଦନା। ଦେଶ ପାଇଁ ଆପଣଙ୍କର ସେବା ଅତୁଳନୀୟ। ଆପଣଙ୍କର ଅର୍ଥନୈତିକ ବିପ୍ଳବ ଏବଂ ପ୍ରଗତିଶୀଳ ପରିବର୍ତ୍ତନ ପାଇଁ ତୁମେ ସବୁବେଳେ ସ୍ମରଣୀୟ ହୋଇ ରହିବ, ତୁମେ ଦେଶକୁ ଆଣିଥିଲ ବୋଲି ରବର୍ଟ ଭଦ୍ରା ଏକ୍ସରେ ଲେଖିଛନ୍ତି।

୧୯୩୨ ମସିହାରେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମନମୋହନ ସିଂହ, ତାଙ୍କ ଶିକ୍ଷାର ଆରମ୍ଭ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ହୋଇଥିଲା। ପରେ ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଦାୟିତ୍ୱ ଭଳିଭାବେ ନିବାହ କରିଥିଲେ। ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ କ୍ୟାବିନେଟରେ ତାଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ସେ ଏକ ବୈପ୍ଳବିକ ଅର୍ଥନୀତିକ ସଂସ୍କାର ଆଣି, ଦେଶକୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିଥିଲେ। ତାଙ୍କର ଏହି ଉଦ୍ୟମ ଭାରତକୁ ବିଶ୍ୱ ଦରବାରରେ ଅର୍ଥନୀତିର ଦୃଢ଼ ପ୍ଲାଟଫର୍ମ ତିଆରି କରିଦେଇଥିଲା।
୨୦୦୪ରେ, ଯୁପିଏର କ୍ଷମତାରୋହଣ ପରେ ମନମୋହନ ସିଂହ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଦଶବର୍ଷ ଧରି (୨୦୦୪-୨୦୧୪) ପ୍ରଧାନମନ୍ତ୍ରୀ ରହି ଦେଶକୁ ଆଗକୁ ବଢ଼ାଇଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲୋକସଭା ନ ଥାଇ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ବିଭିନ୍ନ କଂଗ୍ରେସ ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.