ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ

0

ଭୁବନେଶ୍ବର: ଓଡିଶାରୁ ବିଧିବଦ୍ଧ ଭାବେ ବିଦାୟ ନେଇଛନ୍ତି ବିଦାୟୀ ରାଜ୍ୟପାଳ ରଘୁବର ଦାସ। ସେ ଆଜି ରାଜଭବନରୁ ତାଙ୍କ ଗୃହରାଜ୍ୟ ଝାଡଖଣ୍ଡ ଫେରି ଯାଇଛନ୍ତି। ରାଜଭବନ ଛାଡିବା ସମୟରେ ରଘୁବରଙ୍କୁ ଗାର୍ଡ-ଅଫ-ଅନର ପ୍ରଦାନ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ପକ୍ଷରୁ ମଧ୍ୟ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ଅନ୍ୟପଟେ ଆଗକୁ ଏକାଧିକ ବଡ କାର୍ଯ୍ୟକ୍ରମ ଥିବାରୁ ଖୁବଶୀଘ୍ର ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କାମ୍ଭମପତି ଦାୟିତ୍ୱ ନେବେ ବୋଲି ସୂଚନା ମିଳିଛି।

ମାତ୍ର ୧୪ ମାସ ଓଡିଶାରେ କାର୍ଯ୍ୟ କରିବା ପରେ ଫେରି ଯାଇଛନ୍ତି ରଘୁବର ଦାସ। ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରଘୁବରଙ୍କୁ ଓଡିଶା ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ପ୍ରଦାନ କରିଥିଲେ। ଦୁଇଦିନ ତଳେ ସେ ଇସ୍ତଫା ଦେଇଥିବା ସହ ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ ମଧ୍ୟ କରିଥିଲେ। ଆଜି ସେ ନିଜ ଗୃହରାଜ୍ୟ ଝାଡଖଣ୍ଡ ଫେରି ଯାଇଛନ୍ତି। ଇସ୍ତଫା ପରେ ରଘୁବରଙ୍କ ପରବର୍ତ୍ତୀ ରାଜନୈତିକ ଆଭିମୁଖ୍ୟ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି।

ରଘୁବରଙ୍କୁ ବିମାନ ବନ୍ଦରରେ ବିଦାୟକାଳୀନ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ। ସେହିପରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଏ.ଜି ପିତାମ୍ବର ଆଚାର୍ଯ୍ୟ, ଶାସକ ଦଳ ମୁଖ୍ୟ ସଚେତକ ଗୋବିନ୍ଦ ଦାସ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ.ବି.ଏସ ରାଜପୁତ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ଭୁବନେଶ୍ୱର ଡ଼ିସିପି ପିନାକ ମିଶ୍ର ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.