ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କଲେ ରାଜ୍ୟ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ‘ଅଦିନିଆ ବର୍ଷା’କୁ ରାଜ୍ୟ ପ୍ରାକୃତିକ ଦୁର୍ବିର୍ପାକ ଭାବେ ଘୋଷଣା କରିଛନ୍ତି। ଗତମାସରେ ଅଦିନିଆ ବର୍ଷରେ ବ୍ୟାପକ ଫସଲ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ମିଳିବ। ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ‘କୃଷି ଓଡ଼ିଶା କନକ୍ଲେଭ-୨୦୨୫’କୁ ଉଦଘାଟନ କରି କହିଛନ୍ତି ଯେ, ଗତମାସରେ ଅଦିନିଆ ବର୍ଷାରେ ଯେଉଁ ଚାଷୀମାନଙ୍କର ୩୩ପ୍ରତିଶତରୁ ଅଧିକ ଫସଲ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ରାଜ୍ୟ ସରକାରଙ୍କ ରିଲିଫ କୋଡ୍ ପ୍ରାବଧାନ ଆଧାରରେ ସହାୟତା ପ୍ରଦାନ କରାଯିବ। ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୧୬ଟି ଜିଲ୍ଲା ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ଧାନ ଓ ଉଦ୍ୟାନ କୃଷି ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୬ଟି ଜିଲ୍ଲାର ୬ ଲକ୍ଷ ୬୬ ହଜାର ୭ ଶହ ୨୦ ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଚାଷୀଙ୍କର ୩୩ ପ୍ରତିଶତରୁ ଅଧିକ ଚାଷ ନଷ୍ଟ ହୋଇଛି। ସେମାନଙ୍କର ୨ ଲକ୍ଷ ୨୬ ହଜାର ୭ ଶହ ୯୧ ହେକ୍ଟର ଜମି ପ୍ରଭାବିତ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଏହାକୁ ଭରଣା କରାଯିବ। ସେଥିପାଇଁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଚାଷୀ ଉପକୃତ ହେବେ। ଡିବିଟି ଜରିଆରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ କରିଥିବା ଚାଷୀଙ୍କୁ ଆଜିଠାରୁ କ୍ଷତିପୂରଣ ମିଳିବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀ ଆବେଦନ କରିଛନ୍ତି। ଡିବିଟି ଜରିଆରେ ଏହି ଅର୍ଥ ରାଶି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିବା ଚାଷୀମାନଙ୍କ ଆବେଦନ ସମୟ ତିନି ଦିନ ବଢା ଯାଇଥିଲା। ଏଥିପାଇଁ ସବୁ ବୀମାଭୁକ୍ତ ଚାଷୀମାନେ ଆବେଦନ କରିବାର ସୁଯୋଗ ପାଇଛନ୍ତି। ୧୫ ଦିନ ଭିତରେ ବୀମା କମ୍ପାନୀ ମାନେ ପଞ୍ଜିକୃତ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ। ଯାହାର ଯେତେ କ୍ଷତି ତାକୁ ସେତେ ସହାୟତା ମିଳିବ। ଆକଳନରୁ ବାଦ ପଡ଼ିଥିବା ଚାଷୀଙ୍କୁ ପରବର୍ତ୍ତୀ ସମୟରେ ସାମିଲ କରାଯିବ।

Leave A Reply

Your email address will not be published.