ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଧରାପଡ଼ିଲେ ରସୁଲଗଡ଼ ହତ୍ୟାକାଣ୍ଡ ଅଭିଯୁକ୍ତ; ମହିଳାଙ୍କ ସହ ୩ ଗିରଫ

0

ଭୁବନେଶ୍ବର: ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଆଜି ସକାଳୁ ଘଟିଥିବା ହତ୍ୟାକାଣ୍ଡରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଏମାନଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଆଜି ସନ୍ଧ୍ୟାରେ ଗରିଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ବସ୍ତି ବାସ୍ତିନ୍ଦା ବୋଲି ଜଣାପଡିଛି। ଏମାନେ ପୂର୍ବରୁ ଜେଲ୍‌ ଯାଇଥିଲେ। ବ୍ରାଉନ୍‌ସୁଗାର ବ୍ୟବସାୟ ଏବଂ ପୂର୍ବ ଶତୃତାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଯେଉଁ କାରଣରୁ ଏହି ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗିରଫ ହୋଇଥିବା ମହିଳା ଜଣକ ଲିପିକା। ସେ ସହଦେବଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ। ସହଦେବ ସଫେଇ କର୍ମଚାରୀ ସଂଘ ସଭାପତି ଥିଲେ। ସେ ମଧ୍ୟ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ଏହା ସହ ସେ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିବା କୁହାଯାଉଛି।

କେଦାରପଲ୍ଲୀରେ ରହୁଥିବା ସହଦେବ ନାୟକ ଅନ୍ୟ ଦିନ ଭଳି ଆଜି ସକାଳୁ ଝିଅକୁ ସ୍କୁଲକୁ ଛାଡ଼ିବାକୁ ଯାଇଥିଲେ। ଝିଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିବା ବାଟରେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ରସୁଲଗଡ଼ ଓଭରବ୍ରିଜ୍‌ ରେ ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ସହଦେବ ଆକୁଳ ନିବେଦନ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ବାରମ୍ବାର ଖଣ୍ଡାରେ ହାଣି ଚାଲିଥିଲେ। ଅଳ୍ପ ସମୟ ମଧ୍ୟରେ ସହଦେବଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ। ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ ରାସ୍ତାରେ ପଡ଼ିଥିଲା। ଯାହାକୁ ଦେଖି ରାସ୍ତାରେ ଯାଉଥିବା ଲୋକ ଦେଖି ଭୟଭୀତ ହୋଇଯାଉଥିଲେ।

ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ ସାଂଘାତିକ ଅଭିଯୋଗ କରିଥିଲେ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଥିଲେ ମୃତ ସହଦେବଙ୍କ ସ୍ତ୍ରୀ। ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଥିଲେ।

Leave A Reply

Your email address will not be published.