ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

0

ଭୁବନେଶ୍ବର: କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ। ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି ଶ୍ରଦ୍ଧାରଳୁ ଯୋଗଦେଇ ଗଙ୍ଗାରେ ବୁଡ ପକାଇବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ବେଳେ ଏବେଠାରୁ ଭିଡ ଜମିଲାଣି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସ୍ୱତନ୍ତ୍ର ହାଇ-ଏଣ୍ଡ ପ୍ରିମିୟମ ଓଏସଆରଟିସି ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁର ଭଳି ରାଜ୍ୟର ବିଭିନ୍ନ ସହରରୁ ଅଯୋଧ୍ୟା ଯାତ୍ରା ଆରମ୍ଭ କରିବ। ଓଡ଼ିଶାରୁ କୁମ୍ଭମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ହାଇ-ଏଣ୍ଡ ପ୍ରିମିୟମ ଓଏସଆରଟିସି ବସ୍ ସେବା ଜାନୁଆରୀ ୧୩ ରୁ ଜାନୁୟାରୀ ୨୬ ପର୍ୟ୍ୟନ୍ତ ଉପଲବ୍ଧ ହେବ।

ସ୍ୱତନ୍ତ୍ର ଓଏସଆରଟିସି ବସ୍ ରେ କୁମ୍ଭମେଳା ଯାତ୍ରା କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଓଏସଆରଟିସି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ରୁ ଆଗୁଆ ଟିକେଟ ବୁକ୍ କରିପାରିବେ। ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ୨୪ ଘଣ୍ଟିଆ ହେଲ୍‌ପଲାଇନ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.