ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ମାଞ୍ଜା ସୂତା ଲାଗି କଟିଗଲା ବେକ

0

କଟକ: ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ସବୁଠି ଗୁଡି ଉଡା ଆରମ୍ଭ ହୋଇଯାଇଛି। କାଳ ସାଜିଛି ମାଞ୍ଜା ସୁତା। ଏହାରି ମଧ୍ୟରେ କଟକରେ ଏକ ବଡ ଅଘଟଣ ସାମ୍ନାକୁ ଆସିଛି। ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ବେକ କଟିଯାଇଛି। ଗୁଡି ଉଡାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମାଞ୍ଜା ସୁତା ଯୋଗୁ ଘଟୁଛି ଅଘଟଣ।
ଗତ ୪ ଦିନ ମଧ୍ୟରେ ଏଭଳି ୫ ଟି ଅଘଟଣ ଘଟିଛି। ଗତକାଲି ଅପରାହ୍ନରେ ତ୍ରିଶୁଳିଆ ବ୍ରିଜ୍ ନିକଟରେ ୩ ଜଣ ଯୁବକ ଗୁଳି ସୂତା ଲାଗି ଆହତ ହୋଇଛନ୍ତି। ଜଣଙ୍କର ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ଯୁବକଙ୍କର ଆଙ୍ଗୁଠି କଟି ଯାଇଛି। ସେହିପରି ୯ ତାରିଖରେ କଟକ ବୟାଳିଶି ମୌଜା ଅଞ୍ଚଳରେ ଜଣେ ବ୍ୟକ୍ତି ଗୁଡି ସୂତାରେ ଆହତ ହୋଇଥିଲେ।

ଗତ ୨-୩ ମାସ ହେବ ସହରରେ କିଛି ଅମାନିଆ ବେପରୁଆ ଭାବରେ ପ୍ଲାଷ୍ଟିକ ସୁତାରେ ଗୁଡ଼ି ଉଡାଉଥିବା ବେଳେ ଏଥିରେ ଆହତ ହୋଇଛନ୍ତି ଏକାଧିକ। ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଚୌଧୁରୀ ବଜ଼ାର ଅଞ୍ଚଳରେ ବିଭିନ୍ନ ଦୋକାନ ଉପରେ ହୋଇଛି ଚଢ଼ାଉ। ତେବେ ପ୍ଲାଷ୍ଟିକ ସୁତା ବିକ୍ରି କରୁନଥିବା କହିବା ସହ ଅନଲାଇନ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.