ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ମାଞ୍ଜା ସୂତା ଲାଗି କଟିଗଲା ବେକ

0

କଟକ: ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ସବୁଠି ଗୁଡି ଉଡା ଆରମ୍ଭ ହୋଇଯାଇଛି। କାଳ ସାଜିଛି ମାଞ୍ଜା ସୁତା। ଏହାରି ମଧ୍ୟରେ କଟକରେ ଏକ ବଡ ଅଘଟଣ ସାମ୍ନାକୁ ଆସିଛି। ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ବେକ କଟିଯାଇଛି। ଗୁଡି ଉଡାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମାଞ୍ଜା ସୁତା ଯୋଗୁ ଘଟୁଛି ଅଘଟଣ।
ଗତ ୪ ଦିନ ମଧ୍ୟରେ ଏଭଳି ୫ ଟି ଅଘଟଣ ଘଟିଛି। ଗତକାଲି ଅପରାହ୍ନରେ ତ୍ରିଶୁଳିଆ ବ୍ରିଜ୍ ନିକଟରେ ୩ ଜଣ ଯୁବକ ଗୁଳି ସୂତା ଲାଗି ଆହତ ହୋଇଛନ୍ତି। ଜଣଙ୍କର ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ଯୁବକଙ୍କର ଆଙ୍ଗୁଠି କଟି ଯାଇଛି। ସେହିପରି ୯ ତାରିଖରେ କଟକ ବୟାଳିଶି ମୌଜା ଅଞ୍ଚଳରେ ଜଣେ ବ୍ୟକ୍ତି ଗୁଡି ସୂତାରେ ଆହତ ହୋଇଥିଲେ।

ଗତ ୨-୩ ମାସ ହେବ ସହରରେ କିଛି ଅମାନିଆ ବେପରୁଆ ଭାବରେ ପ୍ଲାଷ୍ଟିକ ସୁତାରେ ଗୁଡ଼ି ଉଡାଉଥିବା ବେଳେ ଏଥିରେ ଆହତ ହୋଇଛନ୍ତି ଏକାଧିକ। ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଚୌଧୁରୀ ବଜ଼ାର ଅଞ୍ଚଳରେ ବିଭିନ୍ନ ଦୋକାନ ଉପରେ ହୋଇଛି ଚଢ଼ାଉ। ତେବେ ପ୍ଲାଷ୍ଟିକ ସୁତା ବିକ୍ରି କରୁନଥିବା କହିବା ସହ ଅନଲାଇନ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.