ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ମହାକୁମ୍ଭରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ସନ୍ଥ,ଶ୍ରଦ୍ଧାଳୁ

0

ଉତ୍ତର ପ୍ରଦେଶ: ଆଜିଠାରୁ ସଙ୍ଗମ୍ ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ଭାରତୀୟ ସଂସ୍କୃତି, ଚେତନା ଓ ବିଶ୍ବାସର ମହାପର୍ବ ତଥା ବିଶ୍ବର ସର୍ବବୃହତ୍ତ ଆଧ୍ୟାତ୍ମିକ ମେଳା। ଆଜି ପବିତ୍ର ପୌଷ ପୂର୍ଣ୍ଣିମାଠୁ ଏହି ଭବ୍ୟ,ଦିବ୍ୟ ସଙ୍ଗମ ତୀର୍ଥନଗରୀ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି। ୧୪୪ ବର୍ଷ ପରେ ଏହି ଅନନ୍ୟ ଓ ଦିବ୍ୟ ତିଥି ପଡ଼ିଥିବାରୁ ଏହାର ମାହାତ୍ମ ବଢ଼ି ଯାଇଛି। ପୌଷ ପୂର୍ଣ୍ଣିମା ତଥା ଆଜି ଠାରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆସନ୍ତା ଫେବୃଆରୀ ୨୬ରେ ସରିବ। ମେଳା ଆରମ୍ଭର ପ୍ରଥମ ଦିନରେ ଗଙ୍ଗାରେ ବୁଡ ପକାଇଛନ୍ତି ଲକ୍ଷ ଲକ୍ଷ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ। ସେପଟେ ସ୍ନାନ ପାଇଁ ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏଥର ପ୍ରାୟ ୪୦ ରୁ ୪୫ କୋଟି ଲୋକ ମହାକୁମ୍ବକୁ ଆସିବେ ବୋଲି ଆଶା କରାଯାଉଛି। ତେବେ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଗତକାଲି ଗଙ୍ଗାରେ ବୁଡ ପକାଇଥିଲେ।

ମେଳା ସ୍ଥାନରେ ସରକାର କଡା ବ୍ୟବସ୍ଥା କରିଛନ୍ତି। ଶ୍ରଦ୍ଧାଳୁଙ୍କ ରହିବା ଏବଂ ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ ସମାବେଶ ମହାକୁମ୍ଭ ମେଳା ୨୦୨୫। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନକୁ ଆକଳନ କରି ରାଜ୍ୟ ସରକାର ପୋଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା କରିଛନ୍ତି। ଚଳିତବର୍ଷ ମେଳାରେ ଏଆଇ ପରି ଆଧୁନିକ ପ୍ରଯୁକ୍ତିକୁ ବି ବ୍ୟବହାର କରାଯାଇଛି। ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍‌ଇଡି ଡିସପ୍ଲେ, ଅତ୍ୟାଧୁନିକ ଏଆଇ ଚାଳିତ ଡାଟା ଆନାଲିଟିକ୍ସ ସଲ୍ୟୁସନ୍ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି। ଏଥର ହଜିଲା ଲୋକଙ୍କୁ ଖୋଜିବା ପାଇଁ ‘ଭୁଲେ-ଭଟକେ କେନ୍ଦ୍ର’ ପରି ଏକ ଆଧୁନିକ ବ୍ୟବସ୍ଥା କରାଯାଇଛି।

ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ମାନେ ପହଞ୍ଚି ପୌଷ ପୂର୍ଣ୍ଣିମା ତଥା ଆଜି ଓ ଆସନ୍ତାକାଲି ତଥା ମକର ସଂକ୍ରାନ୍ତି ଦିନ ସାହି ସ୍ନାନ କରିବେ। ପ୍ରଥମେ ସାଧୁ ଓ ମଠ ମହନ୍ତମାନେ ସ୍ନାନ କରିବା ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏହି ଧାର୍ମିକ ଉତ୍ସବକୁ ଅନେକ ଭିଆଇପି, ଭିଭିଆଇପି ଓ କୋଟିପତି ମଧ୍ୟ ଆସିବେ ବୋଲି ଆଶା କରାଯାଉଛି। ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଲୋକ ଆସି ଆଜି ବୁଡ ପକାଇଛନ୍ତି।

Leave A Reply

Your email address will not be published.