ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

0

କଟକ: ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନୋତ୍ତର ଖାତାରେ ବାର୍‌କୋଡ୍‌। ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନୋତ୍ତର ଖାତାରେ ବାର୍‌କୋଡ୍‌ ରହିବ, ଯଦ୍ୱାରା ପ୍ରଶ୍ନପତ୍ର ଭାଇରାଲ ହେଲେ ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସହଜରେ ବୋର୍ଡ ମୁଖ୍ୟାଳୟରେ ଜାଣିହେବ। ଫଳରେ ଅତି ସହଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ସୂଚନାନୁସାରେ, ଗତ ବର୍ଷରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ବୋର୍ଡକୁ ଦୁର୍ନାମ ମୁଣ୍ଡେଇବାକୁ ପଡ଼ିଛି। କେଉଁ ପରୀକ୍ଷାକେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ଜାଣିବା କଷ୍ଟସାଧ୍ୟ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ନୂତନ ବ୍ୟବସ୍ଥାରେ ପ୍ରତି ପ୍ରଶ୍ନପତ୍ରରେ ବାର୍‌କୋଡ୍‌ ସହ ଏକ ସିକ୍ୟୁରିଟି କୋଡ୍‌ ମଧ୍ୟ ରହିବ। ସେହିପରି ନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଏକ ୱାଟର ମାର୍କ ରହିବ, ଯଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି, ତାହା ଜାଣିହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.