କଟକ: ମାଟ୍ରିକ୍ ପରୀକ୍ଷା ପ୍ରଶ୍ନୋତ୍ତର ଖାତାରେ ବାର୍କୋଡ୍। ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍ ପରୀକ୍ଷା ପ୍ରଶ୍ନୋତ୍ତର ଖାତାରେ ବାର୍କୋଡ୍ ରହିବ, ଯଦ୍ୱାରା ପ୍ରଶ୍ନପତ୍ର ଭାଇରାଲ ହେଲେ ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସହଜରେ ବୋର୍ଡ ମୁଖ୍ୟାଳୟରେ ଜାଣିହେବ। ଫଳରେ ଅତି ସହଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ସୂଚନାନୁସାରେ, ଗତ ବର୍ଷରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ବୋର୍ଡକୁ ଦୁର୍ନାମ ମୁଣ୍ଡେଇବାକୁ ପଡ଼ିଛି। କେଉଁ ପରୀକ୍ଷାକେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ଜାଣିବା କଷ୍ଟସାଧ୍ୟ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ନୂତନ ବ୍ୟବସ୍ଥାରେ ପ୍ରତି ପ୍ରଶ୍ନପତ୍ରରେ ବାର୍କୋଡ୍ ସହ ଏକ ସିକ୍ୟୁରିଟି କୋଡ୍ ମଧ୍ୟ ରହିବ। ସେହିପରି ନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଏକ ୱାଟର ମାର୍କ ରହିବ, ଯଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି, ତାହା ଜାଣିହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ