ପ୍ରମୁଖ ଖବର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ଟଳିପଡ଼ିଲେ ସେବାୟତ
ନାମାଙ୍କନ ଭରିଲେ କେଜ୍ରିଓ୍ବାଲ

୧୮ରୁ ଚିଲିକା ଓ ଭିତରକନିକାରେ ପକ୍ଷୀ ଗଣନା

0

ଭୁବନେଶ୍ବର: ଚଳିତମାସ ୧୮ ତାରିଖରୁ ଚିଲିକା ଓ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ ହେବ। ୫ଟି ରେଞ୍ଜରେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ। ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା, ଚିଲିକାରେ ପକ୍ଷୀଗଣନା ହେବ। ଏହି ଗଣନା ପାଇଁ ୨୧ଟି ଟିମ୍‌, ପ୍ରତି ଟିମ୍‌ରେ ୪ରୁ ୫ ଜଣ ରହିବେ ବୋଲି କହିଛନ୍ତି ଡିଏଫ୍‌ଓ। ସେହିପରି ୨୦ରୁ ୨୨ ପର୍ଯ୍ୟନ୍ତ ଚିଲିକାରେ ଡଲ୍‌ଫିନ୍‌ ଗଣନା ହେବ।

ସେହିପରି ଜାନୁଆରୀ ୧୮ରୁ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାଜନଗର ଜଙ୍ଗଲ ବିଭାଗ ଦ୍ବାରା ରାଜନଗର, କନିକା, ଗହୀରମଥା, ମହାକାଳପଡା ଏବଂ କୁଜଙ୍ଗ ଆଦି ପାଞ୍ଚଟି ରେଞ୍ଜ୍‌ରେ ପକ୍ଷୀଗଣନା କରାଯିବ। ଅନ୍ୟପଟେ ଜାନୁୟାରୀ ୧୪ରୁ ଭିତରକନିକାରେ କୁମ୍ଭୀର ଗଣନା ପାଇଁ ୨୨ ତାରିଖ ଯାଏ ବନ୍ଦ ରହିଛି। ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଇଛି। ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯାଉଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ହେଉଛି।

Leave A Reply

Your email address will not be published.