ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଯବାନ ଗୁରୁତର

0

ଛତିଶଗଡ: ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଛତିଶଗଡ଼ର ବିଜାପୁର ଜିଲାରେ ପୁଣି ଥରେ ନକ୍ସଲଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି ଯବାନ। ବିସ୍ଫୋରଣରେ ସୁରକ୍ଷାବାହିନୀର ୨ ଜଣ ଯବାନ ଆହତ ହୋଇଛନ୍ତି।ଆହତଙ୍କୁ ଚିକିତ୍ସା ପାଇଁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯବାନଙ୍କ ନାମ ମୃଦୁଲ୍‌ ବର୍ମନ ଓ ମହମ୍ମଦ ଇସହାକ ଏବଂ ଦୁହେଁ କୋବ୍ରା ୟୁନିଟ୍‌ର ବୋଲି ଜଣାପଡ଼ିଛି। ଉଭୟଙ୍କ ଗୋଡ଼ରେ ଆଘାତ ଲାଗିଛି।

ସୂଚନା ଅନୁସାରେ, ବିଜାପୁର ଜିଲାର ବାସାଗୁଡ଼ା ଥାନା ଅନ୍ତର୍ଗତ ପୁତକେଲ କ୍ୟାମ୍ପରୁ ସିଆରପିଏଫ ଓ କୋବ୍ରାର ଏକ ମିଳିତ ଦଳ କ୍ଷେତ୍ର ପରିଦର୍ଶନରେ ବାହାରିଥିବା ସମୟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ୨ ଜଣ ଯବାନ ଆହତ ହୋଇଥିଲେ। ଦୁଇ ଯବାନଙ୍କୁ ତୁରନ୍ତ ହେଲିକ୍ୟାପ୍ଟର ଯୋଗେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁଇ ଯବାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

Leave A Reply

Your email address will not be published.