ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା

0

ପୁରୀ: ଚିଲିକାର ସାତପଡ଼ାରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସମଗ୍ର ଚିଲିକାରେ ଡଲ୍‌ଫିନ୍‌ ଗଣନା ଆରମ୍ଭ ହୋଇଛି। ଆଜିଠାରୁ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଅର୍ଥାତ୍ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ ଗଣନା। ପ୍ରତିଦିନ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା। ଏହି ଗଣନାରେ ମୋଟ ୧୮ ଟିମ୍ ସାମିଲ ହୋଇଛନ୍ତି। ସାତପଡ଼ାରୁ ୮ ଟିମ୍ ନାର୍ଦନ ଆଉଟର ଚ୍ୟାନେଲ ଓ ବାଲୁଗାଁ ରୁ ୧୦ ଟିମ୍ ସେଣ୍ଟ୍ରାଲ ସର୍ଦାନ ଚ୍ୟାନେଲରେ ଗଣନା କରିବ।

ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ଡଲ୍‌ଫିନ୍‌ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍‌ର ଗଣନା କରାଯାଉଛି । ଗଣନା ପାଇଁ ପ୍ରତି ଟିମ୍‌ରେ ୫ରୁ ୬ ଜଣ ଗଣନାକାରୀଙ୍କ ସହିତ ଗବେଷକ ଓ ରସର୍ଚ୍ଚ ପର୍ସନ ଅଛନ୍ତି। ଏଥିରେ ୧୮ଟି ଡଙ୍ଗା ନିୟୋଜିତ ହୋଇଛି। ଏହି ଗଣନା ପାଇଁ ଶହେରୁ ଅଧିକ ଗଣନାକାରୀ ନିୟୋଜିତ ହୋଇଛନ୍ତି। ଏହି ଗଣନା କାର୍ଯ୍ୟରେ ସିଡିଏର ରିସର୍ଚ୍ଚ ପର୍ସନ ଏବଂ ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କ ସହିତ ବିଭିନ୍ନ ବନ୍ୟପ୍ରାଣୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ଓ ପରିବେଶବିତ୍‌ ସାମିଲ ହୋଇଛନ୍ତି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫ୍‌ଓ ସୂଚନା ଦେଇଛନ୍ତି।

ଗଣନା ସମୟରେ ଏପରିକି ଡଲ୍‌ଫିନ୍‌ ଚଳପ୍ରଚଳ କରୁଥିବା ସ୍ଥାନରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ରୋକୋ ଲଗାଇବା ସହିତ ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ ଡଲ୍‌ଫିନ୍‌ ଗଣନା କରୁଛି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ। ଜିପିଆର୍‌ ଟ୍ରାକ୍‌ରେ ବାଇନକୁଲାର୍‌ ଦ୍ୱାରା ଏହି ଗଣନା କରାଯାଉଛି।

Leave A Reply

Your email address will not be published.