ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରଞ୍ଜନା ଚୋପ୍ରା ଓ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

0

ଭୁବନେଶ୍ବର: ଆଇଏଏସ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୨ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ହେମନ୍ତ ଶର୍ମା ଏବଂ ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରଞ୍ଜନା ଚୋପ୍ରାଙ୍କୁ ସରକାରଙ୍କ ପକ୍ଷରୁ ପଦୋନ୍ନତି ଦିଆଯାଇଛି। ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ରଞ୍ଜନା ଚୋପ୍ରାଙ୍କୁ ଉପରିସ୍ଥ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ଇଡକୋର ଚେୟାରମ୍ୟାନ୍ ଥିଲେ ହେମନ୍ତ ଶର୍ମା। ମାତ୍ର ଗତବର୍ଷ ଜୁଲାଇ ମାସରେ ତାଙ୍କୁ ସେହି ପଦରୁ ହଟାଇଥିଲେ ରାଜ୍ୟ ସରକାର। ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଏଥିସହିତ ସେ ଇପିକଲ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

ସେହିପରି ୧୯୯୪ ବ୍ୟାଚ୍ ଆଇଏଏସ୍‌ ଶ୍ରୀମତୀ ରଞ୍ଜନା ଚୋପ୍ରା ପୂର୍ବରୁ ରାଜ୍ୟ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରିଛନ୍ତି। ଗତ ୨୦୨୨ରେ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ତଥା ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା।

Leave A Reply

Your email address will not be published.